ETV Bharat / city

ଫାଶୀଖୁଣ୍ଟରେ ଝୁଲିବାକୁ ଯାଉଛି ଐତିହାସିକ ଜେଲ ! - ଅବହେଳିତ ଅବସ୍ଥାରେ ପୁରୁଣା ଜେଲ

ଅବହେଳିତ ଅବସ୍ଥାରେ କଟକର ପୁରୁଣା ଜେଲ । ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ଏହି ଜେଲ ଏବେ ସମସ୍ତଙ୍କ ପାଇଁ ପାଲଟି ଯାଇଛି ବେନାମୀ ଇତିହାସ । ପଢନ୍ତୁ ପୁରା ଖବର...

ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛି ଐତିହାସିକ ଜେଲ!

author img

By

Published : Jan 23, 2020, 11:38 PM IST

କଟକ: ଅଵହେଳିତ ଅବସ୍ଥାରେ କଟକର ପୁରୁଣା ଜେଲ । ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ଏହି ଜେଲ ଏବେ ସମସ୍ତଙ୍କ ପାଇଁ ପାଲଟି ଯାଇଛି ବେନାମୀ ଇତିହାସ । ନାହିଁ ସେ ଉଚ୍ଚ ପ୍ରାଚୀର କି ପାରମ୍ପରିକ ଘଣ୍ଟି । ଯାହା ହଜାଇ ଦେଉଥିଲା ଶହ ଶହ କଏଦୀଙ୍କ ନିଦ । ତେବେ ଆଜିର ଦିନରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରୁଣା ଜେଲ ଏବେ ଧ୍ବଂସାଭିମୁଖୀ ।

ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛି ଐତିହାସିକ ଜେଲ!

ଆଧୁନିକୀ ସହର ପଦ୍ଧତିରେ ଲୁଚି ଯାଇଛି ଐତିହାସିକ ପୁରୁଣା ଜେଲ । ନାହିଁ ସେ ନାଲି ପଥର କି ବତୀ ଖୁଣ୍ଟ । ରହିଛି କେବଳ ସେହି ଗୋଟିଏ ଫଳକ ଆଉ ଦୁଇ ଚାରୋଟି କାରାଗାର କୋଠରୀର ଝଲକ । ଏହାସହିତ ଜେଲ ପଡିଆ ପାଲଟିଛି ଗୋରୁ ଗାଈଙ୍କ ଚରାଭୂଇଁ । ବ୍ରିଟିଶ ସମୟରେ ଏହି କାରାଗାର ସାକ୍ଷୀ ରହିଛି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କର । ହେଲେ ବର୍ତ୍ତମାନ ଜେଲ କୁ ଦେଖିଲେ ଲାଗୁଛି ଯେପରି ଏକ ପତ୍ର ହୀନ ବୃକ୍ଷ । ତେବେ ଏହି ସମସ୍ୟା ଉପରେ କେବେ ରାଜ୍ୟସରକାର କରୁଣ ଦୃଷ୍ଟି ଦେବେ ଆଉ ଏହି ସ୍ଥାନର ବିକାଶ ହୋଇ ପାରିବ ସେନେଇ ପ୍ରଶ୍ନ କରିଛନ୍ତି କଟକ ବାସିନ୍ଦା ।

1863 ମସିହାରେ ନିର୍ମିତ ହୋଇଥିଲା ଏହି ଐତିହାସିକ ଜେଲ । ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ତଥା ଗୋପବନ୍ଧୁ ଦାସ , ମଧୁସୂଦନ ଦାସ ଙ୍କ ଭଳି ବୀର ପୁଅ ଏହି ଜେଲର କାଳ କୋଠରୀରେ ବିତାଇଛନ୍ତି ନିଜ ଜୀବନ । ଏହାରି ମଧ୍ୟରେ କେତେ ସଂଗ୍ରାମୀ ଜେଲରେ ରହି ଲେଖିଯାଇଛନ୍ତି ତାଙ୍କ ମନର କଥା ଓ ସ୍ବାଧୀନତା ର ଗାଥା । ହେଲେ ଆଜି ସେହି ଜେଲ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଯାଉଛି । ଆଉ ଏହା ପରେ ସମସ୍ତଙ୍କ ମନରୁ ସବୁ ଦିନ ପାଇଁ ହଜିଯିବ ଓ ଲିଭିଜିବ ଏହି ଜେଲ ର ପୁରୁଣା ସ୍ମୃତି । ତେବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଜେଲ କୁ ସୁସ୍ଥ କରିବା ପାଇଁ କଥା ଦେଇଛି ଜିଲ୍ଲା ପ୍ରଶାସନ ।

କେବେ ପାଇବ କଟକ ଜେଲ ତାର ନୂଆ ପରିଚୟ । ଦିନେ କଏଦୀ ଙ୍କୁ ଅନ୍ଧାର କୋଠରୀ ରେ ରଖୁଥିବା ଏହି ଜେଲ ଆଜି ଠେଲି ହୋଇଯାଇଛି ଅନ୍ଧକାର ମଧ୍ୟକୁ । ତେବେ ଦେଖିବାକୁ ବାକି ରହିଲା କେବେ ଶୁଣିବେ ସରକାର ଆଉ ଓଡିଶା ଇତିହାସରେ କେବେ ସ୍ଥାନ ପାଇବ କଟକ ପୁରୁଣା ଜେଲର ଚିତ୍ର ।

କଟକ ରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

Intro:ବିଜେଡି ବାଧାୟକ ଗିରଫ ଅପଡେଟBody:ବିଜେଡି ବାଧାୟକ ଗିରଫ ଅପଡେଟConclusion:ବିଜେଡି ବାଧାୟକ ଗିରଫ ଅପଡେଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.