ETV Bharat / city

2 ଶିଳ୍ପଦ୍ୟୋଗୀଙ୍କୁ ଗିରଫ ଘଟଣା: ତୀବ୍ର ବିରୋଧ କଲା ଓଡିଶା କ୍ଷୁଦ୍ର ଶିଳ୍ପଦ୍ୟୋଗୀ ସଙ୍ଘ - fani survey officer

କ୍ଷୟକ୍ଷତି ଆକଳନ କରିବାକୁ ଯାଇଥିବା ଅଧିକାରୀ ଏବଂ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ବଚସା ଘଟଣା । 2 ଶିଳ୍ପଦ୍ୟୋଗୀଙ୍କୁ ଗିରଫ କରାଯିବା ପରେ ଏହାକୁ ଜୋରଦାର ବିରୋଧ କରିଛି ଓଡିଶା କ୍ଷୁଦ୍ର ଶିଳ୍ପଦ୍ୟୋଗୀ ସଙ୍ଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 16, 2019, 10:55 AM IST

କଟକ: ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା ଅଧିକାରୀ ଏବଂ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ବଚସା । 2 ଶିଳ୍ପଦ୍ୟୋଗୀଙ୍କୁ ଗିରଫ କରାଯିବା ଘଟଣାକୁ ଜଗତପୁର ଶିଳ୍ପଦ୍ୟୋଗୀ ସଙ୍ଘର ପ୍ରବଳ ବିରୋଧ । ଓଡିଶା କ୍ଷୁଦ୍ର ଶିଳ୍ପଦ୍ୟୋଗୀ ସଙ୍ଘ ମଧ୍ୟ ଶିଳ୍ପଦ୍ୟୋଗୀଙ୍କୁ ସମର୍ଥନ ଜଣାଇଛି । ସେପଟେ ଗିରଫ ଦୁଇ ଶିଳ୍ପଦ୍ୟୋଗୀଙ୍କୁ ବେଲ ମିଳିଥିବା ଜଣାପଡିଛି ।

ସୂଚନା ମୁତାବକ, ମଙ୍ଗଳବାର ଜଗତପୁର ଶିଳ୍ପାଞ୍ଚଳକୁ ‘ଫନି’ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିଲେ ସରକାରୀ ଅଧିକାରୀ । ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଏଲ.ଏନ୍‌ ଗୁପ୍ତା ଏବଂ ଅନ୍ୟ କିଛି ଅଧିକାରୀ ଶିଳ୍ପାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । କିଛି ଶିଳ୍ପୋଦ୍ୟୋଗୀ ଶିଳ୍ପାଞ୍ଚଳରେ ପହଞ୍ଚି ସଚିବଙ୍କୁ ସ୍ଥାନୀୟ ଅଞ୍ଚଳର ଅନ୍ୟ କିଛି ଦୟନୀୟ ଚିତ୍ର ଦେଖାଇବାକୁ ଚାହିଁଥିଲେ । ହେଲେ ସଚିବ ରାଜି ନ ହେବାରୁ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଡି ଚାବି ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଏପରିକି ତାଙ୍କୁ ଆଉ ଏକ ଗାଡିରେ ବସାଇ ସଙ୍ଘ କାର୍ଯ୍ୟାଳୟକୁ ଜୋର୍‌ଜବରଦସ୍ତ ନେଉଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଆକଳନ କରିବାକୁ ଆସିଥିବା ଅଧିକାରୀ । ପରେ ପୋଲିସ ଶିଳ୍ପଦ୍ୟୋଗୀ ସଙ୍ଘର ଦୁଇ ସଦସ୍ୟଙ୍କୁ ଗିରଫ କରିଥିଲା। ଯାହାକୁ ବିରୋଧ କରିଛି ସଙ୍ଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଓଡିଶା କ୍ଷୁଦ୍ର ଶିଳ୍ପ ସଙ୍ଘର ପଦାଧିକାରୀମାନେ ସଙ୍ଘର ସଦସ୍ୟଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶିଳ୍ପାଞ୍ଚଳରେ ବିଜୁଳି ଏବଂ ପାଣି ସୁବିଧା ନ ଥିବାରୁ ସେଠାରେ କାମ କରୁଥିବା ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରି କି ଶିଳ୍ପୋଦ୍ୟୋଗୀଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ଅନେକ କ୍ଷତି ସହିବାକୁ ପଡୁଛି । ଏଭଳି ସ୍ଥିତିରେ ଶିଳ୍ପ ବିଭାଗ ପକ୍ଷରୁ କୌଣସି ପ୍ରକାରର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନାହିଁ । ଶିଳ୍ପଦ୍ୟୋଗୀଙ୍କୁ ହଇରାଣ କରିବା ପାଇଁ ଏଭଳି କରାଯାଇଛି ବୋଲି ପାଲଟା ଅଭିଯୋଗ କରିଛି ଓଡିଶା କ୍ଷୁଦ୍ର ଶିଳ୍ପ ସଂଘ । ଉଭୟ ଡିସିପି ଓ ସମ୍ପୃକ୍ତ ବିଭାଗର ଅତିରିକ୍ତ ସଚିବଙ୍କ ବଦଳି ଦାବି କରିଛି ବ୍ୟବସାୟୀ ସଙ୍ଘ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

FGH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.