କଟକ: ରାଜ୍ୟର ସମସ୍ତ ବାର୍ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର 12 ତାରିଖରେ 2020-21 ବର୍ଷ ପାଇଁ ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହେବ ।
ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍ ଆସୋସିଏସନ ନିର୍ବାଚନ କରାଇବାକୁ ସମସ୍ତ ବାରର ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି । ଏଥିପାଇଁ ପ୍ରାର୍ଥୀ ନଭେମ୍ବର 24 ଓ 25ରେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସେହିପରି ଡିସେମ୍ବର 12ରେ ମତଦାନ ହେବ । ତେବେ ସମସ୍ତ ବାରରେ ଗୋଟିଏ ଦିନରେ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଦେଇଛି ।
ତେବେ ଗତ ମାର୍ଚ୍ଚ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ହେଲେ କୋରୋନା କଟକଣା ପାଇଁ ନିର୍ବାଚନୀ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ