ETV Bharat / city

କଟକରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ବୃଦ୍ଧି, ବଢୁଛି ଚିନ୍ତା

author img

By

Published : Jan 7, 2022, 7:14 AM IST

କଟକରେ ଗୋଟିଏ ଦିନରେ ୩ ନୂଆ କଣ୍ଟେନମେଣ୍ଟ ଘୋଷଣା । ବଢୁଛି ସହରବାସୀଙ୍କ ଭୟ । ଅଧିକ ପଢନ୍ତୁ

କଟକରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ବୃଦ୍ଧି , ବଢ଼ିଲା ଚିନ୍ତା

କଟକ: ଆଜି ଗୋଟିଏ ଦିନରେ କଟକର ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ନନ୍ଦିସାହି, ଶଙ୍କରପୁର ଢିଅସାହିର ଦୁଇଟି ଘର ମାଇକ୍ରୋ କଣ୍ଟେନମେଣ୍ଟ ସହ ବିଦ୍ୟାଧରପୁର ଗୌତମନଗର ଏକ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସଂଖ୍ୟାଧିକ ଲୋକ ସଂକ୍ରମିତ ଚିହ୍ନଟ ହେବା ପରେ CMC ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ୩ ନୂଆ କଣ୍ଟେନମେଣ୍ଟକୁ ମିଶାଇ ସହରରେ ସଂଖ୍ୟା 4ରେ ପହଞ୍ଚିଛି । ଏହା ସହ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ବ୍ୟାଙ୍କ ମଧ୍ୟ ସିଲ କରାଯାଇଛି । 27 ଜଣ କର୍ମଚାରୀଙ୍କ ମଧ୍ୟରୁ 6 ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ କଟକ ବକ୍ସିବଜାରସ୍ଥିତ ବ୍ୟାଙ୍କ ଅଫ ବରୋଦାକୁ ସିଲ କରିଛି କଟକ ମହାନଗର ନିଗମ । ତେବେ ସହରରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ବଢିବା ସହରବାସୀଙ୍କ ମନରେ ଭୟ ମଧ୍ୟ ବଢାଇବାରେ ଲାଗିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.