କଟକ: ଜିଲ୍ଲାରେ କୋହଳ ହୋଇଛି ଲକଡାଉନ କଟକଣା । ଏହି କ୍ରମରେ ସହରର ସମସ୍ତ ଦୋକାନ, ବଜାର, ସପିଂ ମଲ୍ ଖୋଲା ଯାଇଛି । ସୋମବାର ଠାରୁ ସହରରେ ସ୍ବାଭାବିକ ସ୍ଥିତି ହେବାକୁ ଯାଉଛି ।
ତେବେ ସକାଳ ୫ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି । ସନ୍ଧ୍ୟା ୭ରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ର କର୍ଫ୍ୟୁ ଜାରି ରହିବ । ସହରରେ କୌଣସି ପାର୍କ ଖୋଲିବ ନାହିଁ ବୋଲି ସିଏମସି ସ୍ପଷ୍ଟ କରିଛି । ସଂକ୍ରମଣ ସମ୍ଭାବନା ଥିବାରୁ ପାର୍କ ଖୋଲିବା ଉପରେ ବାରଣ କରାଯାଇଥିବା ସିଏମସି ଡେପୁଟି କମିଶନର କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ