ETV Bharat / city

ନିରତାର ନିର୍ଦ୍ଦେଶକଙ୍କୁ ହତ୍ୟା ଉଦ୍ୟମ ଘଟଣା: 5 ଗିରଫ - 4 arrest

ଅନେକ ଦିନର ଲୁଚକାଳି ପରେ ସୋମବାର  ପୋଲିସ ହାତରେ ଧରାପଡିଛନ୍ତି ନିରତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଲକ୍ଷ୍ମୀଧର ମଲ୍ଲିକ ଓ ତାର ଚାରି ସାଥୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ
author img

By

Published : Jul 8, 2019, 6:42 PM IST

କଟକ: ନିରତାର ନିର୍ଦ୍ଦେଶକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହେଲା ମାଷ୍ଟରମାଇଣ୍ଡ । ଅନେକ ଦିନ ଲୁଚକାଳି ଖେଳ ପରେ ସୋମବାର ପୋଲିସ ହାତରେ ଧରାପଡିଛନ୍ତି ମାଷ୍ଟରମାଇଣ୍ଡ ଲକ୍ଷ୍ମୀଧର ମଲ୍ଲିକ ଓ ତାର ଚାରି ସାଥୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ଲକ୍ଷ୍ମୀଧର ନିରତାରରେ ଏକ ୱେଟର ଭାବେ କାମ କରୁଥିଲେ । କିନ୍ତୁ ନିର୍ଦ୍ଦେଶକଙ୍କୁ କିଛି ଲୋକଙ୍କୁ ଚାକିରୀ ଦେବା ପାଇଁ ବାରମ୍ବାର ବାଧ୍ୟ କରୁଥିଲେ ଲକ୍ଷ୍ମୀଧର । ନିର୍ଦ୍ଦେଶକ ଏହି କଥାରେ ଅରାଜି ହେବାରୁ ଏପରି ଯୋଜନା ରଚିଥିଲେ ଲକ୍ଷ୍ମୀଧର ।

ଚଳିତ ମାସ 3 ତାରିଖରେ ଘଟିଥିଲା ଏହି ଘଟଣା । ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାସ ଅଫିସରୁ ଘରକୁ ଫେରୁଥିବା ସମୟରେ ପୂର୍ବରୁ ଲୁଚି ରହିଥିବା ଦୁଇ ଜଣ ଯୁବକ ନିର୍ଦ୍ଦେଶକଙ୍କ କାରକୁ ଗୁଳିମାଡ଼ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ବନ୍ଧୁକଟି ହାତରୁ ଖସି ଯିବାରୁ ସେଠାରୁ ପଳାଇଥିଲେ 2 ଯୁବକ ।

ବହୁ ତଦନ୍ତ ପରେ ଲକ୍ଷ୍ମୀଧର ମଲ୍ଲିକ ଓ ତାର 4 ସାଥୀ ମିଶି ଏପରି ଉଦ୍ୟମ କରିଥିବାର ଜଣାପଡିଥିଲା । ସୋମବାର ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ 50 ହଜାର ଟଙ୍କା, ଏକ ହୋଣ୍ଡା ବାଇକ ଓ ଏକ ବନ୍ଧୁକ ଜବତ କରିଛି କଟକ ଗ୍ରାମାଞ୍ଚଳ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ବେଦାନ୍ତ ଆଲୁମିନିୟମ କାରଖାନା ରେ ଅଗ୍ନିକାଣ୍ଡ କୁ ନେଇ କାର୍ଯ୍ୟାନୁଷ୍ଠାନ ।ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ ରେ ଗ୍ରୀନ ଆନୋଡ଼ ପ୍ଲାଣ୍ଟ ଅପେରେସନ ବନ୍ଦ ନିର୍ଦେଶ । ନିର୍ଦେଶ ଦେଲେ ଝାରସୁଗୁଡ଼ା ଫାକ୍ଟରି ଆଣ୍ଡ ବ୍ରୟଲର ବିଭାଗ ସହକାରୀ ନିର୍ଦ୍ଦେଶକ। ସମଗ୍ର ବେଦାନ୍ତ କମ୍ପାନୀ ରେ ଅଗ୍ନିକ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦେଶ । ରିପୋର୍ଟ ଆସିଲା ପରେ ସମୀକ୍ଷା ହେବ ଏବଂ ପରବର୍ତ୍ତୀ ଆଦେଶ ଯାଏ ଅପରେସନ ବନ୍ଦ ରହିବ ।ଦେଶର ଅନ୍ୟତମ ପ୍ରମୁଖ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡର ଝାରସୁଗୁଡା ଠାରେ ଥିବା କାରଖାନାର ଜିଏପି ପ୍ଳାଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟି ସାତ ଜଣ ଶ୍ରମିକ ଆହତ ହେବା ନେଇ କମ୍ପାନୀ ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ପଟେ କମ୍ପାନୀ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହେଉଥିବା ବେଳେ ଭବିଷ୍ୟତରେ ଘଟଣା ର ପୁନରାବୃତ୍ତି ନ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ କହିଥିଲେ ।

ବାଇଟ1:ଅନିଲ କୁମାର ନନ୍ଦ, ସହକାରୀ ନିର୍ଦେଶକ, Factory&Boiler, Jharsuguda ।

Body:...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.