ETV Bharat / city

ପୋଲିସ ଜୁଲମର ପ୍ରତିବାଦ, ରାସ୍ତାରୋକ କଲେ ନେତାଜୀ ନଗର ସାହି ବାସିନ୍ଦା - cuttack netagi nagar sahi protest

ପୋଲିସର ମାତ୍ରାଧିକ ଜୁଲମକୁ ବିରୋଧ କରି ନେତାଜୀ ନଗର ସାହି ବାସିନ୍ଦାଙ୍କ ରାସ୍ତାରୋକ ।

ନେତାଜୀ ନଗର ସାହି ବାସିନ୍ଦାଙ୍କ ରାସ୍ତାରୋକ
ନେତାଜୀ ନଗର ସାହି ବାସିନ୍ଦାଙ୍କ ରାସ୍ତାରୋକ
author img

By

Published : Sep 28, 2020, 1:59 PM IST

କଟକ:ନେତାଜୀ ନଗରରେ ଉତ୍ତେଜନା । ପୋଲିସର ମାତ୍ରାଧିକ ଜୁଲମକୁ ବିରୋଧ କରି ନେତାଜୀ ନଗର ସାହି ବାସିନ୍ଦାଙ୍କ ରାସ୍ତାରୋକ।

ନେତାଜୀ ନଗର ସାହି ବାସିନ୍ଦାଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ, ନେତାଜୀ ନଗର ଅଞ୍ଚଳରେ ମାଫିଆଙ୍କ କବଜାରେ ଥିବା ଜମିକୁ ନେଇ ବିବାଦ ଦେଖାଯାଇଥିଲା । ରବିବାର ଏନେଇ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରିଥିଲେ। ମାତ୍ର ରବିବାର ପ୍ରାୟ ବିଳମ୍ବିତ ରାତି ୨ ଟା ସମୟରେ ଶତାଧିକ ପୋଲିସ ଜୋର ଜବରଦସ୍ତ ଘରେ ପଶି କିଛି ଯୁବକଙ୍କୁ ଉଠାଇ ନେଇଥିଲେ।

କେବଳ ସେତିକି ନୁହେଁ ଘର କବାଟ ଭାଙ୍ଗି ପୋଲିସ ଘରେ ପଶି ଶୋଇଥିବା ସମୟରେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ସ୍ଥାନୀୟ ମହିଳାମାନେ ଅଭିଯୋଗ କରିଛନ୍ତି। କାହା ଚାପରେ ପୋଲିସ ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ତାହାକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପରାଧୀ ଭଳି ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ବ୍ୟବହାର କରିଥିବା ନେଇ ଅନେକ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଏହି ଘଟଣାର ତଦନ୍ତ କରାଯିବ ବୋଲି କଟକ ଅତିରିକ୍ତ ଡିସିପି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.