କଟକ: ଘନେଇବାରେ ଲାଗିଛି ବର୍ଷା-ଅନୁଭବ ଘରୋଇ ବିବାଦ ମାମଲା । କଟକସ୍ଥିତ ଫ୍ୟାମିଲ କୋର୍ଟରେ ଏହି ମାମଲା ଚାଲିଥିବାବେଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ ମହାନ୍ତି । ମାମଲାର ତ୍ବରିତ ଶୁଣାଣି ପାଇଁ ସାଂସଦ ଅନୁଭବ ହାଇକୋର୍ଟରେ ଆବେଦନ କରିଛନ୍ତି ।
ଏଥିସହ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ସେ ପ୍ରାର୍ଥନା କରିଛନ୍ତି । ପତି ପତ୍ନୀଙ୍କ ବିବାଦକୁ ନେଇ ଦାଏର ହୋଇଛି ମୋଟ 3ଟି ମାମଲା । ଫ୍ୟାମିଲ କୋର୍ଟରେ ଦାୟର ମାମଲାରେ କନସିଲିଏସନ୍ ଚାଲିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ