କଟକ: ରାହୁଲ ଗାନ୍ଧୀଙ୍କୁ ଦୁର୍ବ୍ୟବହାର ନେଇ ଗର୍ଜିଲା କଂଗ୍ରେସ । ଏକ ସାଧାରଣ ଝିଅକୁ ନ୍ୟାୟ ଦେବା ପାଇଁ ଆସିଥିଲେ ରାହୁଲ । ହେଲେ ଯେଉଁ ଭାବରେ ସେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ସେଥିରୁ ଜଣାପଡୁଛି ଦେଶରେ ଆଇନ ଶୃଙ୍ଖଳାରେ ଲାଗିଛି କଳଙ୍କ ।
କାହା କଥାରେ ସେ ନିରୀହ ଝିଅକୁ ଦେଖିବାରେ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କଟକ ବାରଵାଟି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଯାହାକୁ ନେଇ ଗତକାଲି ଠୁ ଆରମ୍ଭ ହୋଇସାରିଛି ତୀବ୍ର ଆନ୍ଦୋଳନ । ଏହା ସେତେଦିନ ପର୍ୟ୍ଯନ୍ତ ଚାଲିବ ଯେ ପର୍ଯ୍ୟନ୍ତ ଏହି ଘଟଣାର ଅନ୍ତ ନଘଟିଛି ବୋଲି କହିଛନ୍ତି ବାରବାଟି ବିଧାୟକ ମହମ୍ମଦ ମୋକିମ ।
କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ