କଟକ: ଜିଲ୍ଲା ରେଳ ଷ୍ଟେସନର ଦ୍ୱିତୀୟ ଗେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶୁକ୍ରବାର କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ପାଇଁ ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ । ତେବେ ଏହାକୁ ନେଇ କଟକିଆଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଦ୍ୱିତୀୟ ଗେଟ ପାଇଁ କେନ୍ଦ୍ର ରେଳ ବିଭାଗକୁ ଚିଠି ଲେଖି ଆସୁଥିଲେ ।
ହେଲେ ଏ ଯାବତ ତାହା ପୂର୍ଣ୍ଣ ହେଉ ନଥିଲା । ଏହାବ୍ୟତିତ ଛତ୍ର ବଜ଼ାରରୁ ମାଲଗୋଦାମକୁ ଏକ ଫ୍ଲାଏ ଓଭର କରିବା ସହିତ ମାଲଗୋଦାମ ରାସ୍ତାର ସମ୍ପ୍ରସାରଣ ପାଇଁ ରେଳବାଇ ଜମିକୁ ସିଏମସିକୁ ହସ୍ତାନ୍ତର ନେଇ ସେ ସହମତି ଜଣାଇଛନ୍ତି । ଯାହାକୁ ନେଇ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ଧନ୍ୟବାଦ ଜଣାଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ