ETV Bharat / city

ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ବିଧାୟକ ଦାୟୀ: ଅରିନ୍ଦମ - ଅରିନ୍ଦମ ରୟ

କଟକ ବାରବାଟୀ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ଯୁବନେତା ତଥା ଅଭିନେତା ଅରିନ୍ଦମ ରୟ । କଟକରେ ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ବିଧାୟକଙ୍କୁ ଦାୟୀ କଲେ ଅରିନ୍ଦମ । ଅଧିକ ପଢନ୍ତୁ...

ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ବିଧାୟକ ଦାୟୀ: ଅରିନ୍ଦମ

author img

By

Published : Jul 9, 2021, 10:03 AM IST

କଟକ: ଗତ ୬ ତାରିଖ କଟକରେ ବର୍ଷା ଯୋଗୁଁ ସହରର ଅଧିକାଂଶ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ଉପୁଜିଥିଲା । ଏହି ଜଳମଗ୍ନ ପରିସ୍ଥିତି ଯୋଗୁଁ ସହରର ଅଧିକାଂଶ ଜନସାଧାରଣ ଘଣ୍ଟା ଘଣ୍ଟା ଧରି ଜଳବନ୍ଦୀ ହୋଇ ରହିଥିଲେ । ତେବେ କଟକ ସହରରେ ଉପୁଜିଥିବା ଏହି ସମସ୍ୟା ଯୋଗୁଁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଏଥିପାଇଁ ଦାୟୀ କରିବା ସହ ତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ଯୁବ ନେତା ଅରିନ୍ଦମ ରୟ ।

ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତି ପାଇଁ ବିଧାୟକ ଦାୟୀ: ଅରିନ୍ଦମ

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଅରିନ୍ଦମ କହିଛନ୍ତି ଯେ, 'ଗତ ୬ ତାରିଖ ବର୍ଷା ଯୋଗୁଁ ଯେଉଁ ଜଳମଗ୍ନ ପରିସ୍ଥିତି ଉପୁଜିଥିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ସମସ୍ୟା କଟକ ସହରର ମୁଖ୍ୟ ସମସ୍ୟା ଅଟେ । ଯଦି ଏତିକି ବର୍ଷାରେ ଏଭଳି ପରିସ୍ଥିତି ଉପୁଜିଛି ତେବେ ଆଗକୁ ପରିସ୍ଥିତି ଆହୁରୀ ଭୟଙ୍କର ହୋଇପାରେ । ୨୦୧୯ ନିର୍ବାଚନ ପୂର୍ବରୁ ବିଧାୟକ ମହମ୍ମଦ ମୋକିମ ସହରବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ ସମ୍ପୂର୍ଣ୍ଣ ଅସଫଳ ହୋଇଛନ୍ତି ।'

ଖାଲି ଲୋକଦେଖାଣିଆ ପାଇଁ ନିଜ ସମର୍ଥକଙ୍କୁ ଧରି ଡ୍ରେନେଜ ସିଷ୍ଟମ ବିଷୟରେ କଥା ହୋଇ ଫେସବୁକରେ ଫଟୋ ଛାଡିଲେ କୌଣସି ଲାଭ ନାହିଁ । ବିଧାୟକ କଟକକୁ ଜଳମୁକ୍ତ କରିବା ପାଇଁ କ’ଣ ସ୍ଥାୟୀ ପ୍ରତିକାର କରିଛନ୍ତି ଏହା ଲୋକଲୋଚନକୁ ଆଣନ୍ତୁ । ଯଦି କରି ନାହାନ୍ତି ତେବେ ସ୍ୱୀକାର କରନ୍ତୁ ୨୦୧୯ ନିର୍ବାଚନରେ ସେ ସହରବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଛନ୍ତି ଏବଂ ଠକିଛନ୍ତି ବୋଲି ଅରିନ୍ଦମ ଅଭିଯୋଗ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.