ETV Bharat / city

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ କାରାଦଣ୍ଡାଦେଶ

author img

By

Published : Mar 31, 2022, 7:18 PM IST

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ କାରାଦଣ୍ଡ ଶୁଣାଇଲେ ଅଦାଲତ । ଅଧିକ ପଢନ୍ତୁ

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ

କଟକ: ଜଣେ ୬ ବର୍ଷ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ କଟକ ପୋକ୍ସୋ ଅଦାଲତ । ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜୋରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ବ୍ୟତୀତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ପ୍ରକାଶ ଯେ, ଜଣେ ନାବାଳିକା ଫୁଲ ତୋଳିବା ପାଇଁ ପଡିଶା ଘରକୁ ଜରି ଆଣିବାକୁ ଯାଇଥିବା ସମୟରେ ଅଭିଯୁକ୍ତ ଜଣକ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏନେଇ କଟକ ଜଗତପୁର ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ୨୦ ମାର୍ଚ୍ଚ ୨୦୧୯ ରେ ଘଟିଥିଲା ଏହି ଅଘଟଣ । ତେବେ ଦୁଷ୍କର୍ମ କରିବା ପରେ କାହାକୁ ନକହିବା ପାଇଁ ଧମକ ଚମକ ଦେଇଥିଲା ଆସାମୀ । କିଛି ଦିନ ପରେ ଏନେଇ ପରିବାର ଲୋକେ ଜାଣିବା ପରେ ଜଗତପୁର ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ଅନୁସାରେ ଆସାମୀ ଜୟୀରାମ ସ୍ଵାଇଁକୁ ଗିରଫ କରିଥିଲା ପୋଲିସ । ୧୫ ଜଣ ସାକ୍ଷୀ ଓ ୧୩ ଟି ଦସ୍ତାବିଜ ଆଧାରରେ ମାମଲାର ଶୁଣାଣି କରି କଟକ ସ୍ବତନ୍ତ୍ର ପୋସ୍କୋ ଅଦାଲତ ଏହି ରାୟ ଦେଇଛନ୍ତି । ତେବେ ମାମଲାର ପରିଚାଳନା ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ରମେଶ ମହାନ୍ତି କରୁଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.