ETV Bharat / city

ପ୍ରବାସୀ ଓଡ଼ିଆଙ୍କୁ ସର୍ଵଦା ସ୍ୱାଗତ: କଟକ ଜିଲ୍ଲାପାଳ

ସିଲଭର ସିଟିରେ ଆଜି ଛଅ ଜଣ କରୋନା ପଜିଟିଭ ଚିହ୍ନଟ । ଏଯାବତ କଟକରେ ସମୁଦାୟ ଦଶ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

migrant odias are always welcome
ପ୍ରବାସୀ ଓଡ଼ିଆଙ୍କୁ ସର୍ଵଦା ସ୍ୱାଗତ
author img

By

Published : May 16, 2020, 5:22 PM IST

କଟକ: ସିଲଭର ସିଟିରେ ଆଜି ଛଅ ଜଣ କୋରୋନା ପଜିଟିଭ ଚିହ୍ନଟ । ଏଯାବତ କଟକରେ ସମୁଦାୟ ଦଶ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାରି ଭିତରେ କଟକକୁ ଆସୁଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ । ଯାହାପାଇଁ ଜିଲ୍ଲା ପ୍ରଶାସନ ଏକପ୍ରକ୍ରାର ପ୍ରସ୍ତୁତ ଜାରି ରଖିଛନ୍ତି । ସଂଗରୋଧ କକ୍ଷ ଠୁ ଆରମ୍ଭ କରି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସବୁ ଦିଗରେ ପ୍ରଶାସନ କାର୍ଯ୍ୟ ଜାରି ରଖିଛି ।

ପ୍ରବାସୀ ଓଡ଼ିଆଙ୍କୁ ସର୍ଵଦା ସ୍ୱାଗତ
ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସହର ବାହାରର ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । କୋଭିଡ 19 ଚିକିତ୍ସା ପାଇଁ ଅଶ୍ୱିନୀ ମେଡିକାଲ ମଧ୍ୟ ବେଶ ସକ୍ରିୟ ରହିଛି । ଏହାଛଡା ଯେଉଁମାନେ ବି ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ସ୍ୱାଗତ କରାଯାଉଛି । ଗତକାଲି ସାତ ଶହରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ତେବେ ସହରର ସ୍ଥିତି ବର୍ତ୍ତମାନ ସ୍ଥିର ରହିଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ ପ୍ରବାସୀ ଓଡିଆଙ୍କୁ ସବୁବେଳେ ସ୍ବାଗତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.