ETV Bharat / city

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୭.୮୯ %

ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମୋଟ ୫, ୬୨ ୦୧୦ ପାସ କରିଛନ୍ତି । ରେଗୁଲାର ପାସ୍ ହାର ୯୭.୮୯ ଥିବାବେଳେ ଏକ୍ସରେଗୁଲାର ପାସ୍ ହାର ୮୮.୩୩ ରହିଛି । ଅଧିକ ପଢନ୍ତୁ...

author img

By

Published : Jun 25, 2021, 4:19 PM IST

Updated : Jun 25, 2021, 6:07 PM IST

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେଜଲ୍ଟ । କଟକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି । A-1 ରେ 2,656 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । A-2 ରେ ୨୨,୧୩୧ ଜଣ ପରୀକ୍ଷାର୍ଥୀ । B-1 ରେ 52,191ପରୀକ୍ଷାର୍ଥୀ । B-2 ରେ ୯୪,475 ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏଥର କୌଣସି ସ୍କୁଲରେ ଶୂନ ରେଜଲ୍ଟ ହୋଇନାହିଁ । ଏ ବର୍ଷ ମୋଟ 1 ଲକ୍ଷ 71, 561 ଜଣ ଛାତ୍ରଛାତ୍ରୀ 60 ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୭.୮୯ %

ଏକ୍ସ-ରେଗୁଲାରରେ ପାସ ହାର 88.33 ପ୍ରତିଶତ ରହିଛି । ତେବେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ 99.09 ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ରେଜଲ୍ଟ ହୋଇଛି ।

କୋଭିଡ୍ ପାଇଁ ପ୍ରଥମ ଥର ବିନା ପରୀକ୍ଷାରେ ପ୍ରକାଶ ପାଇଲା ରେଜଲ୍ଟ । ସଂଧ୍ୟା ୬ଟାରୁ ୨ଟି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମୋଟ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨ ୦୧୦ ପାସ କରିଛନ୍ତି । ରେଗୁଲାର ପାସ୍ ହାର ୯୭.୮୯ ଥିବାବେଳେ ଏକ୍ସରେଗୁଲାର ପାସ୍ ହାର ୮୮.୩୩ ରହିଛି । ୭୭୦୩ ଜଣ ପରୀକ୍ଷାର୍ଥୀ ଫେଲ୍ । ୨ ଲକ୍ଷ ୮୦ ହଜାର ୩୫୨ଜଣ ଛାତ୍ର ପାସ । ୨ ଲକ୍ଷ ୮୧ ହଜାର ୬୫୮ଜଣ ଛାତ୍ରୀ ପାସ ହୋଇଛନ୍ତି । ତେବେ 4412 ପିଲା ଅନୁପସ୍ଥିତ ଥିବା ବେଳେ 2256 ଜଣଙ୍କ ମାର୍କ ସ୍କୁଲ ପଠାଇନଥିବା ସୂଚନା । ରେଜଲ୍ଟରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ ତାରିଖରେ ଫର୍ମ ଫିଲଅପ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ସୂଚନାଥାଉ କି, ବିଗତ ବର୍ଷ 1279 ପିଲା A1 ଗ୍ରେଡ୍, A2ରେ 8,450, B1ରେ 18,170, B2 ରେ 31, 231 ଜଣ ପିଲା ପାସ୍ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 25, 2021, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.