ETV Bharat / city

ଅପେକ୍ଷାର ଅନ୍ତ, ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ - matric results

ଆଜି ସକାଳ 11.30ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ୱେବସାଇଟରେ ଯାଇ ନିଜ ମାର୍କ ଦେଖିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆଜି ମାଟ୍ରିକ୍‌ ପରୀକ୍ଷା ଫଳ
ଆଜି ମାଟ୍ରିକ୍‌ ପରୀକ୍ଷା ଫଳ
author img

By

Published : Jul 29, 2020, 6:55 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ 11.30 ପରେ ୱେବସାଇଟରେ ଛାତ୍ରଛାତ୍ରୀମାନେ ଦେଖିପାରିବେ ସେମାନଙ୍କ ରେଜଲ୍ଟ । ବୋର୍ଡ ୱେବସାଇଟ୍‌ www.bscodisha. ac. in ଓ www.bscodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ ।

ଏହାସହ ଏସଏମଏସ ମାଧ୍ୟମରେ ମଧ୍ୟ ପିଲା ନିଜର ରେଜଲ୍ଟ ଜାଣିପାରିବେ । ଏଥିନେଇ OR01 ସ୍ପେଶ ରୋଲ ନମ୍ବର ଲେଖି 5676750କୁ ମେସେଜ କଲେ ପିଲାଙ୍କୁ ରେଜଲ୍ଟ ଉପଲବ୍ଧ ହେବ ।

ଅନ୍ୟପଟେ ଫଳାଫଳ ନେଇ କୌଣସି ଅସୁବିଧା ହେଲେ ସେଥିଲାଗି ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ଅଭିଭାବକ । ଯେଉଁଥିଲାଗି 06712412059 ଓ 06712412060 ଦୁଇଟି ନମ୍ବର ଉପଲବ୍ଧ ହେବ । ଏହା ଆଜିଠୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ସକାଳ 11ଟାରୁ ଅପରାହ୍ନ 4ଟା ମଧ୍ୟରେ ଉପଲବ୍ଧ ହେବ ।

ତେବେ ଆଜି ପ୍ରଥମେ ସକାଳ 9ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୋର୍ଡ ପରୀକ୍ଷା କମିଟି ବୈଠକ ବସି ପରୀକ୍ଷା ଫଳ ଅନୁମୋଦନ କାର୍ଯ୍ୟ ଶେଷ କରିବେ । ପରେ ଫଳାଫଳ ପ୍ରକାଶିତ କରାଯିବ ।

ସୂଚନାଥାଉକି, କୋରୋନା ଲକଡାଉନ ପାଇଁ ଚଳିତ ବର୍ଷ ବହୁତ ବିଳମ୍ବରେ ପରୀକ୍ଷା ଫଳ ପ୍ରକାଶିତ ହେଉଛି । ଚଳିତ ବର୍ଷ ରାଜ୍ୟର ପ୍ରାୟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ 2888କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। 60 ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା ।

ଫେବୃଆରୀ 19 ରୁ ମାର୍ଚ୍ଚ 2 ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମେ 26 ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ହେଲେ କୋରୋନା ଲକଡାଉନ ପାଇଁ ଏହା ସ୍ଥଗିତ ରହିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.