ETV Bharat / city

ବଢୁଛି ହିଟଯୋଡିଙ୍କ କଳି: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ - Anubhav Mohanty Varsha Priyadarshini case

ତେଜୁଛି ବର୍ଷା ଅନୁଭବ ବିବାଦ । ମଧ୍ୟସ୍ଥତା ମାଧ୍ୟମରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ କହିଥିଲା ବେଳେ ଏ ନେଇ ସପୋର୍ଟ କରୁନାହାନ୍ତି ଅନୁଭବ । ଅଧିକ ପଢନ୍ତୁ..

ବଢୁଛି ହିଟଯୋଡିଙ୍କ କଳି:ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ

author img

By

Published : Jan 22, 2021, 5:02 PM IST

କଟକ: ଥମୁନି ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ। ଉଭୟଙ୍କୁ ମଧ୍ୟସ୍ତତା ମାଧ୍ୟମରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ କହିଥିଲେ। ତେବେ ଆଜି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ସମୟ ଦିଆଯାଇଥିଲା ବେଳେ ଅନୁଭବ ଆସିନଥିଲେ।

ବଢୁଛି ହିଟଯୋଡିଙ୍କ କଳି:ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ଅନୁଭବ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ଚାଲିଥିବାରୁ ସମୟ ମାଗିଛନ୍ତି ଅନୁଭବ। ଅନୁଭବ ତାଙ୍କ ଓକିଲ ମାଧ୍ୟମରେ ଏକ ଟାଇମ ପିଟିସନ ଦେଇ ଚାଲି ଯାଇଥିଲେ। ତେବେ ଉଭୟଙ୍କୁ ଅନ୍ୟ ଏକ ଦିନରେ ଆସିବା ପାଇଁ ସମୟ ଦିଆଯାଇଛି। ଫେବୃଆରୀ ୨୩ରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ କୁହାଯାଇଥିବା ବର୍ଷାଙ୍କ ଓକିଲ କହିଛନ୍ତି।

ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ କଟକ ଏସଡିଜେଏମ କୋର୍ଟ ସ୍ମିତ ରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଆଜି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ କୁହାଯାଇଥିବା ବେଳେ କେବଳ ବର୍ଷା ଆସିଥିଲେ ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.