ETV Bharat / city

Manas Murder Case: ସ୍ପଟ୍‌ରେ ଶର୍ମିଷ୍ଠା, ବିଭିନ୍ନ ସ୍ଥାନରେ ଚାଲିଛି କ୍ରାଇମ ସିନ୍ ରିକ୍ରିଏସନ୍

author img

By

Published : Apr 1, 2022, 9:03 AM IST

Updated : Apr 1, 2022, 4:00 PM IST

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ‌ଆଜି ଚତୁର୍ଥ ଦିନ । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଘଟଣାର କ୍ରାଇମ ସ୍ପଟକୁ ନେଇଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Manas Murder Case: କ୍ରାଇମବ୍ରାଞ୍ଚର ତନାଘନା, ଆଜି ହେବ କ୍ରାଇମ ସିନ୍ ରିକ୍ରିଏସନ୍

କଟକ/ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ‌ଆଜି ଚତୁର୍ଥ ଦିନ । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଛି ଜୋରଦାର ତଦନ୍ତ । ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଜି ବିଭିନ୍ନ ଜିଲ୍ଲାର ହୋଇଥିବା କ୍ରାଇମ ସ୍ପଟକୁ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା କଟକ ସମେତ ଭୁବନେଶ୍ବରର ଦୟାଲ ଆଶ୍ରମ ଓ ଭଦ୍ରକ ଜିଲ୍ଲାର ପଳାଶପୁରଠାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି କ୍ରାଇମର ରିକ୍ରିଏସନ କରିଛି ।

ଦୟାଲ ଆଶ୍ରମରେ ଚାଲିଛି ସିନ୍ ରିକ୍ରିଏସନ

ରାଜଧାନୀର ଦୟାଲ ଆଶ୍ରମରେ କିଭଳି ହତ୍ୟା କରାଯାଇଥିଲା ? ଅପହରଣ ଠାରୁ ମୃତଦେହ ପୋତିବା ପର୍ଯନ୍ତ । ଶର୍ମିଷ୍ଠା ଓ ତାଙ୍କ ଟିମ କେମିତି ଘଟାଇଥିଲେ ହତ୍ୟାର କାରାନାମା ? ଆଶ୍ରମର କେଉଁ ରୁମରେ ତାକୁ ବନ୍ଦ କରି ବାନ୍ଧି ରଖିଥିଲେ ? କିଏ କିଏ ମାଡ ମାରି ତାକୁ କିପରି କାର ଯୋଗେ ନୟାଗଡ ରଣପୁର ନେଇଥିଲେ ? ଆଶ୍ରମରେ କଣ ସବୁ ପ୍ରମାଣ ଲୁଚାଇଥିଲେ ? ସେସବୁକୁ ଦେଖାଇବା ସହ ହତ୍ୟାର ପୁରା କାହାଣି ବଖାଣିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମଷ୍ଠା ରାଉତ ।

ସିନ ରିକ୍ରିଏସନ ବେଳେ କେମିତି ମାନସ ଛଟପଟ ହେଉଥିଲା ? କିପରି ଶର୍ମିଷ୍ଠାର ଟିମ ତାକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କି କି ପ୍ଲାନ ରଚିଥିଲେ ? ସେସବୁର ଟିକନିକ ତଥ୍ୟ କ୍ରାଇମବ୍ରାଞ୍ଚ ଆଗରେ ଖୁଲାସା କରିଛି ଶର୍ମିଷ୍ଠା । ଏନେଇ କ୍ରାଇମବ୍ରାଞ୍ଚର ତିନୋଟି ଟିମ ଘଟଣା ସ୍ଥଳରେ ପୁରା ସିନର ଭିଡିଓ ରେକର୍ଡ଼ କରିଛନ୍ତି । ତେବେ ଆଶ୍ରମ ବାହାରେ କିଛି ପ୍ରମାଣ ଫୋପାଡିଥିବା ମଧ୍ୟ ଦେଖାଇଛନ୍ତି ଶର୍ମିଷ୍ଠା ।

Manas Murder Case: କ୍ରାଇମବ୍ରାଞ୍ଚର ତନାଘନା, ଆଜି ୩ଟି ସ୍ଥାନରେ ହେବ କ୍ରାଇମ ସିନ୍ ରିକ୍ରିଏସନ୍

ଏହା ପୂର୍ବରୁ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୩ଟି ସ୍ଥାନକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମବ୍ରାଞ୍ଚ ଟିମ । ରଣପୁର ଓ ଚଣ୍ଡିଖୋଲକୁ ନେଇ କ୍ରାଇମ ସିନ ରିକ୍ରେସନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଥିଲେ । ପୋଲିସ ମୁଖ୍ୟାଳୟରୁ କଡା ସୁରକ୍ଷାବଳୟ ମଧ୍ୟରେ ନିଆଯାଇଛି । ପ୍ରଥମେ ଏକ ଗାଡ଼ିରେ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା ଏବଂ କିଛି ସମୟ ପରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଛି ତଦନ୍ତକାରୀ ଟିମ । ତେବେ କିପରି ଏବଂ କେଉଁଠି ଘଟଣା ଘଟିଥିଲା ସେନେଇ ତଥ୍ୟ ହାସଲ କରିବ କ୍ରାଇମବ୍ରାଞ୍ଚ ଟିମ।

ଏହା ମଧ୍ୟ ପଢନ୍ତୁ: ମାନସ ସ୍ୱାଇଁଙ୍କ ଫୋନ ମିଳିଥିବା ସ୍ଥାନରେ କ୍ରାଇମବ୍ରାଞ୍ଚର ତନାଘନା

ସୂଚନା ଅନୁସାରେ, ଗତକାଲି ଅଭିଯୁକ୍ତ ରଞ୍ଜନ ନାୟକର ବିବୃତ୍ତିକୁ ଆଧାର କରି ଚଣ୍ଡିଖୋଲ ଯାଇଥିଲା କ୍ରାଇମବ୍ରାଞ୍ଚ । ଘଟଣାସ୍ଥଳରୁ ମାନସଙ୍କ ଏକ ଅଧା ଜଳିଯାଇଥିବା ମୋବାଇଲ୍ ଫୋନ, ଇଅର ଫୋନ୍, ଅଧା ପୋଡି ଯାଇଥିବା ଚପଲ, ହତ୍ୟାରେ ବ୍ୟବହୃତ ସାମଗ୍ରୀ, ଅଧା ପୋଡା ଅଖା, ଶାଢ଼ୀ ଆଦି ଘଟଣା ସ୍ଥଳରୁ ଜବତ କରାଯାଇଥିଲା ।

କଟକରୁ ନାରାୟଣ ସାହୁୁ ଓ ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Apr 1, 2022, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.