କଟକ: ବିପଦ ସଙ୍କେତର ବହୁ ତଳେ ବହୁଛି ମହାନଦୀ । ଆଜି ସକାଳ 6ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ 6 ଲକ୍ଷ 69 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାସହ ନରାଜ ବ୍ୟାରେଜ ଦେଇ 3 ଲକ୍ଷ 30 ହଜାର713 କ୍ୟୁସେକ ପାଣି ପ୍ରବାହିତ ହେଉଛି ।
ସେହିପରି ଯୋବ୍ରା ବ୍ୟାରେଜ ଦେଇ 3 ଲକ୍ଷ 32 ହଜାର 409 କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ମହାନଦୀର ଶାଖା ନଦୀ କାଠଯୋଡିରେ 3 ଲକ୍ଷ 30 ହଜାର713 କ୍ୟୁସେକ ପାଣି ପ୍ରବାହିତ ହେଉଛି । ତେବେ ବିପଦ ସଙ୍କେତର ବହୁ ତଳେ ମହାନଦୀ ରହୁଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ