କଟକ: ଲକ୍ଡାଉନ୍ ନିୟମ ଉଲଂଘନ ମାମଲାରେ ଆଜି ସୁଦ୍ଧା ରାଜ୍ୟରେ ମୋଟ 4385 ଟି ମାମଲା ରୁଜୁ କରାଯାଇଛି । ମାର୍ଚ୍ଚ 24 ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଗତ 24 ଘଣ୍ଟା ମଧ୍ୟରେ କେବଳ 170ଟି ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ଦର୍ଶାଯାଇଛି । ଏଥି ମଧ୍ୟରୁ ଲକ୍ଡାଉନ୍ ନିୟମ ଉଲଂଘନ ଅଭିଯୋଗରେ 163 ଟି ମାମଲା ଥିବାବେଳେ 4ଟି ଗୁଜବ ସୃଷ୍ଟି କରୁଥିବା ଅଭିଯୋଗ ଓ 3ଟି କୋରୋନା ସମ୍ପର୍କିତ ନିୟମ ଉଲଂଘନ କରୁଥିବା ନେଇ ମାମଲା ରୁଜୁ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ