ETV Bharat / city

ଅନଲକ 2ରେ ଅନଲକ ହୋଇପାରୁନି ବିବାହ ମଣ୍ଡପ, ଚିନ୍ତାରେ ମାଲିକ - ଲକଡାଉନ

ଲକଡାଉନରେ ପ୍ରଭାବିତ ମଣ୍ଡପ ବ୍ୟବସାୟ । ଠପ ହୋଇଯାଇଛି ମଣ୍ଡପ ବ୍ୟବସାୟ । ବିବାହ ଆୟୋଜନ ପାଇଁ ୫୦ ଜଣଙ୍କ ପାଇଁ ଅନୁମତି ରହିଥିଲେ ବି ମଣ୍ଡପରେ ଏହାର ଆୟୋଜନ ପାଇଁ ଅନୁମତି ମିଳୁନାହିଁ । ଫଳରେ ଅନେକ ମଣ୍ଡପ ବ୍ୟବସାୟୀ ତଥା କର୍ମଚାରୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ତେବେ ଦେଖନ୍ତୁ ଏନେଇ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ..

ଲକଡାଉନରେ ଲକ ମଣ୍ଡପ, ଚିନ୍ତାରେ ମାଲିକ
ଲକଡାଉନରେ ଲକ ମଣ୍ଡପ, ଚିନ୍ତାରେ ମାଲିକ
author img

By

Published : Jul 14, 2020, 3:03 PM IST

Updated : Jul 14, 2020, 5:22 PM IST

କଟକ: ଲକଡାଉନ ପ୍ରଭାବରେ ପ୍ରଭାବିତ ମଣ୍ଡପ ବ୍ୟବସାୟ । ଠପ ହୋଇଯାଇଛି ମଣ୍ଡପ ବ୍ୟବସାୟ । ବିବାହ ଆୟୋଜନ ନେଇ ୫୦ଜଣଙ୍କ ପାଇଁ ଅନୁମତି ରହିଥିଲେ ବି ମଣ୍ଡପରେ ଏହାର ଆୟୋଜନ ପାଇଁ ଅନୁମତି ମିଳୁନାହିଁ । ଫଳରେ ଅନେକ ମଣ୍ଡପ ବ୍ୟବସାୟୀ ତଥା କର୍ମଚାରୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି ।

ଅନଲକ 2ରେ ଅନଲକ ହୋଇପାରୁନି ବିବାହ ମଣ୍ଡପ, ଚିନ୍ତାରେ ମାଲିକ

ସିଜିନ ସମୟରେ ମଣ୍ଡପରେ ଝୁଲୁଛି ତାଲା । ଅତ୍ୟଧିକ ଭାବେ ପ୍ରଭାବିତ ହୋଇଛି ମଣ୍ଡପ ବ୍ୟବସାୟୀ । ଇଏ ହେଉଛନ୍ତି ଜୟଦୀପ ସାମନ୍ତରାୟ । ମଣ୍ଡପରେ ଭଲ ବ୍ୟବସାୟ ହେବ ବୋଲି କଟକରେ ଏକ ନୂତନ ମଣ୍ଡପ ନିର୍ମାଣ କରିଥିଲେ । ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କାର ଋଣ ଆଣି ଗତ ନଭେମ୍ବର ମାସରେ ମଣ୍ଡପ ବ୍ୟବସାୟ ଆରମ୍ଭ କରିଥିଲେ । ବିବାହ ପାଇଁ ବୁକିଂ ମଧ୍ୟ ହୋଇଥିଲା । ଆଶା ଥିଲା ବିବାହ ଋତୁରେ ଭଲ ବ୍ୟବସାୟ ହେବ । ମାତ୍ର ସବୁ କିଛି ବିଗାଡି ଦେଲା କୋରୋନା । ଲକଡାଉନ ଯୋଗୁଁ ବିବାହ ପାଇଁ କଟକଣା ହେବାରୁ ଅନେକ ବୁକିଂ କ୍ୟାନସଲ ହୋଇଗଲା । ମଣ୍ଡପରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ । ବେପାର ବି ଠପ । ଏପଟେ ପ୍ରତ୍ୟେକ ମାସରେ ବ୍ୟାଙ୍କରେ କିସ୍ତି ଭରିବାକୁ ବାଧ୍ୟତାମୂଳକ । ତେବେ ମାସିକ କିସ୍ତି କେମିତି ଭରିବେ ସେନେଇ ଚଡକ ପଡିଯାଇଛି ଜୟଦୀପଙ୍କ ମୁଣ୍ଡରେ ।

କଟକ ସହରରେ ୬୦ରୁ ୭୦ ଟି ମଣ୍ଡପ ରହିଛି । ଏବେ ସମସ୍ତ ମଣ୍ଡପରେ ତାଲା ଝୁଲୁଛି । ସେହିପରି ବିବାହ ପାଇଁ ସରକାର ୫୦ ଜଣଙ୍କ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯେଉଁମାନେ ବିବାହ କରୁଛନ୍ତି ସେମାନେ ନିଜ ନିଜ ଘରେ ବିବାହର ଆୟୋଜନ କରୁଛନ୍ତି । ଫଳରେ ମଣ୍ଡପରେ ୫୦ ଜଣଙ୍କ ବିବାହ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ ବି ତାହା ଗୋଳମାଳିଆ ଭାବରେ ରହିଛି । ଅର୍ଥାତ ସେହି ନିୟମ ତଳ କର୍ମଚାରୀଙ୍କ ପାଖରେ ପହଞ୍ଚି ପାରିନାହିଁ । ସରକାର ଯଦି ୫୦ ଜଣଙ୍କୁ ମଣ୍ଡପରେ ଆୟୋଜନ ପାଇଁ ଅନୁମତି ଦିଅନ୍ତେ ତେବେ ସାମାଜିକ ଦୂରତା ବଜାୟ ରଖି ମଣ୍ଡପ ବ୍ୟବସାୟ କରିହେବ ବୋଲି ମଣ୍ଡପ ମାଲିକ କହିଛନ୍ତି ।

ମଣ୍ଡପ ବ୍ୟବସାୟରେ ସାମିଲ ଥିବା ଡେକୋରେଟର, ଲାଇଟ, ସାଉଣ୍ଡ ତଥା ଫୁଲ ବ୍ୟବସାୟୀ ମଧ୍ୟ ଏହାଦ୍ବାରା ବେଶ୍‌ ପ୍ରଭାବିତ ହେଉଛନ୍ତି । ସ୍ଥିତି ଯଦି ନସୁଧୁରେ ତେବେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 14, 2020, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.