କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍(Legends League Cricket matches) । ଟୁର୍ଣ୍ଣାମେଣ୍ଟର ମୋଟ ୩ଟି ମ୍ୟାଚ୍ ଏହି ଗ୍ରାଉଣ୍ଡରେ ଖେଳାଯିବ (Legends League Cricket match in Barabati) । ଏହାକୁ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।
ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ଖେଳସୂଚୀ ଜାରି ହୋଇ ସାରିଛି । ସେପ୍ଟେମ୍ବର ୧୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ୧୦ ଦେଶର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଟିମ୍ ଗଠନ ହୋଇଛି । ମୋଟ ୬ଟି ସହରରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଏଥିରେ କଟକ ମଧ୍ୟ ସାମିଲ ରହିଛି । ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଖେଳାଯିବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଷଷ୍ଠ ଭେନ୍ୟୁ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ ।
ଏହା ବି ପଢ଼ନ୍ତୁ ବାରବାଟୀ ଆୟୋଜନ ହେବ ଲିଜେଣ୍ଡ୍ସ କ୍ରିକେଟ ଲିଗ୍
ସେହିଭଳି କେଉଁସ୍ଥାନରେ ଫାଇନାଲ ମ୍ୟାଚ୍ ଓ ପ୍ଲେଅଫ୍ ଖେଳାଯିବ ତାହା ଘୋଷଣା କରାଯାଇନାହିଁ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ କ୍ରିକେଟ କିମ୍ବଦନ୍ତୀଙ୍କୁ ନେଇ ଇଣ୍ଡିଆନ ମହାରାଜା ନାମକ ଟିମ୍ ଗଠନ ହୋଇଛି । ଏହି ଦଳୱାର୍ଲ୍ଡ ଜିଆଣ୍ଟ ସହ ମ୍ୟାଚ୍ ଖେଳିବ । ଯେଉଁଥିଲେ ବିଶ୍ବର ଜଣାଶୁଣା କ୍ରିକେଟ କିମ୍ବଦନ୍ତୀ ସାମିଲ ରହିବେ । ପ୍ରତ୍ୟେକ ଗ୍ରାଉଣ୍ଡରେ ତିନୋଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଯୋଧପୁର ଓ ଲକ୍ଷ୍ନୌରେ ଦୁଇଟି ମ୍ୟାଚ୍ ଖେଳାଯିବ ।
ଏହାକୁ ନେଇ ଲିଜେଣ୍ଡ୍ସ ଲିଗ କ୍ରିକେଟ ସହ ପ୍ରତିଷ୍ଠାତା କହିଛନ୍ତି, "କ୍ରିକେଟ ଫ୍ୟାନ୍ଙ୍କ ଅପେକ୍ଷା ଶେଷ ହୋଇଛି । ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ସେମାନଙ୍କୁ ଆଉ ବେଶୀ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଖୁବଶୀଘ୍ର ଆମେ ଆମର ଟିକେଟିଂ ପାର୍ଟନର ଘୋଷଣା କରିବୁ । କେଉଁଦିନରୁ ଅନଲାଇନ୍ ଉପଲବ୍ଧ ହେବ ତାହା ଘୋଷଣା କରାଯିବ । ଏଥର ଫ୍ୟାନଙ୍କୁ ପାୱାରଫୁଲ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ମୋର ଆଶା ।"
ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେ କହିଛନ୍ତି, "ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଏହା ନିଶ୍ଚିତ ଭାବରେ ଓଡ଼ିଆ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଏଠାରେ ଏକ ଘରୋଇ ସଂସ୍ଥା ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍ ଆୟୋଜନ କରିବ । ଏହାକୁ ନେଇ ସମ୍ପୃକ୍ତ ସଂସ୍ଥା ଓସିଏକୁ ଏକ ଚିଠି କରି ସୁନିଶ୍ଚିତ କରିଛି ।"