ETV Bharat / city

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ - ରେଭେନ୍ସା ବିଶ୍ବ ବିଦ୍ୟାଳୟ

ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ । ଦୀର୍ଘ 13 ବର୍ଷ ମଧ୍ୟରେ ଏସବୁ ପଦବୀର ପୂରଣ କରିବାରେ ବିଫଳ ରେଭେନ୍ସା କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 11, 2019, 10:52 PM IST

Updated : Jul 12, 2019, 1:05 PM IST

କଟକ: ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ । 2006 ରେ ରେଭେନ୍ସା, ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ 267ଟି ଅଧ୍ୟାପକ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ 13 ବର୍ଷ ମଧ୍ୟରେ ଏସବୁ ପଦବୀର ପୂରଣ କରିବାରେ ବିଫଳ ରେଭେନ୍ସା କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ୟୁଜିସି ନିୟମ ଅନୁସାରେ, 4 ଶହ ଅଧ୍ୟାପକ, ବିଶ୍ବବିଦ୍ୟାଳୟ ପାଇଁ ଆବଶ୍ୟକ ଥିଲାବେଳେ 90ରୁ କମ ଅଧ୍ୟାପକଙ୍କୁ ନେଇ ଚାଲିଛି ଏହି ଶିକ୍ଷାଅନୁଷ୍ଠାନ । ସେଥିରୁ ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କ ସ୍ଥାନରେ ନିଯୁକ୍ତି ମଧ୍ୟ ଦିଆଯାଉନାହିଁ । ଯାହା ଫଳରେ ବିଶ୍ବବିଦ୍ୟାଳୟରେ ପାଠ ପଢାରେ ବାଧା ଉପୁଜୁଛି । ସେହିପରି ଯେଉଁ ଅଧ୍ୟାପକ ଅଛନ୍ତି ସେମାନଙ୍କୁ ବିଶ୍ବବିଦ୍ୟାଳୟର ଅନେକ ଅତିରିକ୍ତ କାର୍ଯ୍ୟର ଦିୟିତ୍ବ ଦିଆଯାଉଛି । ଫଳରେ ସେମାନେ ମଧ୍ୟ ଗବେଷଣାମୂଳକ କାମ ଠିକ୍ ଭାବେ କରି ପାରୁନାହାନ୍ତି । ତେବେ ଆବଶ୍ୟକ ଅନୁସାରେ ଅଧ୍ୟାପକ ନିଯୁକ୍ତି କରାଗଲେ ଛାତ୍ରଛାତ୍ରୀ ଉଚ୍ଚମାନର ଶିକ୍ଷା ପାଇପାରିବେ ବୋଲି କହିଛନ୍ତି ଅଧ୍ୟାପକ ।

ତେବେ ରେଭେନ୍ସାରେ 107ଟି ଆସିଷ୍ଟାଣ୍ଡ ପ୍ରଫେସର, 48ଟି ଆସୋସିଏଟ ପ୍ରଫେସର ଓ 24ଟି ପ୍ରଫେସର ପଦବୀ ଖାଲି ରହିଛି । ପୂର୍ବରୁ ନିଯୁକ୍ତି ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବ୍ୟାନ ରହିଥିବାରୁ ଏହି ପଦବୀର ନିଯୁକ୍ତି ହୋଇ ନଥିଲା । ମାତ୍ର ବର୍ତ୍ତମାନ ଏହି କଟକଣା ଉଠି ଯାଇଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ଦେଖା ଦେଇଛି ସମସ୍ୟା । ତେବେ ଏନେଇ ଆଗାମୀ ଶହେ ଦିନ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବା ବୋଲି କହିଛନ୍ତି କୁଳପତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jul 12, 2019, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.