ETV Bharat / city

ଶରଣକୂଳ କଙ୍ଗାରୁ କୋର୍ଟ ପ୍ରସଙ୍ଗ; ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

author img

By

Published : Oct 16, 2019, 10:19 PM IST

ଶରଣ କୂଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମରେ କଙ୍ଗାରୁ କୋର୍ଟ ବସିବା ଅଭିଯୋଗରେ ପ୍ରଶାସନର ନିଷ୍କ୍ରିୟତା ନେଇ ରିପୋର୍ଟ ମାଗିଲା ମାନବଧିକାର କମିଶନ ।

ଫାଇଲ ଫଟୋ

କଟକ: ନୟାଗଡ଼ ଜିଲ୍ଲା ଶରଣ କୂଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମରେ କଙ୍ଗାରୁ କୋର୍ଟ ବସିବା ଅଭିଯୋଗ । ଗ୍ରାମର ୧୫ ରୁ ଅଧିକ ପରିବାରକୁ ବାହାର କରିଦେବା ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନଵଧିକାର କମିଶନ । ୨୦୦୭ରୁ ଏହି ପରିବାର ଲୋକଙ୍କୁ ଗ୍ରାମରେ ପଶିବାକୁ ଦିଆଯାଉନାହିଁ । ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ଏନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଛନ୍ତି ।

ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

କମିଶନ ଏହାକୁ ଗ୍ରହଣ କରି ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରିବା ସହ ଏହି ମାମଲାରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାଇବାକୁ କମିଶନ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ୨୦୦୭ ମସିହାରେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଗୋପବନ୍ଧୁ ଜେନା, ରବି ପ୍ରଧାନ, ଯୁଧିଷ୍ଠିର କରଣ, ନନ୍ଦ କିଶୋର ଜେନା, ବ୍ରଜ କିଶୋର ଜେନାଙ୍କ ସମେତ ୧୫ ରୁ ଅଧିକ ପରିବାରକୁ ବାସନ୍ଦ କରାଯାଇଥିଲା ।

ଏମିତିକି ସେମାନଙ୍କୁ କୌଣସି କାମରେ ସହଯୋଗ ମଧ୍ୟ କରାଯାଇନଥିଲା । ଗ୍ରାମର କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଗ୍ରାମରୁ ହଇରାଣ ହରକତ କରିବାରୁ ସେମାନେ ଗାଁ ଛାଡିବାକୁ ବାଧ୍ୟ ହାଇଥିଲେ । ଶରଣ କୂଳ ଥାନା, ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେମାନଙ୍କ ଗୁହାରି କେହି ଶୁଣି ନଥିଲେ ।

ଶେଷରେ ବାଧ୍ୟହୋଇ ଏନେଇ ଆବେଦନକାରୀ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ । କମିଶନ ଏହାକୁ ଗୁରୁତ୍ବର ସହ ନେଇ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି କମିଶନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନୟାଗଡ଼ ଜିଲ୍ଲା ଶରଣ କୂଳ ଥାନା ଅନ୍ତର୍ଗତ ଖଲି ପାଟଣା ଗ୍ରାମରେ କଙ୍ଗାରୁ କୋର୍ଟ ବସି ଗ୍ରାମର ୧୫ ରୁ ଅଧିକ ପରିବାରକୁ ଗ୍ରାମରୁ ବାହାର କରିଦେବା ମାମଲାରେ ଜାତୀୟ ମାନଵଧିକାର କମିଶନ ହସ୍ତକ୍ଷେପ କରିଛନ୍ତି।୨୦୦୭ ରୁ ଏହି ପରିବାର ଲୋକଙ୍କୁ ଗ୍ରାମରେ ପଶିବାକୁ ଦିଆଯାଉନାହିଁ।ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ଏନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଥିଲେ।କମିଶନ ଏହାକୁ ଗ୍ରହଣ କରି ,ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ନୋଟିସ ଜାରୀ କରିବା ସହ ଏହି ମାମଲାରେ କି କାର୍ୟାନୁସ୍ଥାନ ନିଆଯାଇଛି,ତାହା ଜଣାଇବାକୁ କମିଶନ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ୨୦୦୭ ମସିହାରେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଗୋପବନ୍ଧୁ ଜେନା ,ରବି ପ୍ରଧାନ ,ଯୁଧିଷ୍ଠିର କରଣ,ନନ୍ଦ କିଶୋର ଜେନା,ବ୍ରଜ କିଶୋର ଜେନା ଙ୍କ ସମେତ ୧୫ ରୁ ଅଧିକ ପରିବାର କୁ ବାସନ୍ଦ କରାଯାଇଥିଲା।ଏମିତିକି ସେମାନଙ୍କୁ କୌଣସି କାମରେ ସହଯୋଗ କରାଯାଇନଥିଲା।ଗ୍ରାମ ର କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଗ୍ରାମରୁ ହଇରାଣ ହକତ କରିବାରୁ ସେମାନେ ଗାଁ ଛାଡି ବାକୁ ବାଧ୍ୟ ହାଇଥିଲେ।ଶରଣ କୂଳ ଥାନା ନୟାଗଡ଼ ଏସ୍ପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସେମାନଙ୍କ ଗୁହାରି କେହି ଶୁଣି ନଥିଲେ। ତେବେ ବାଧ୍ୟହୋଇ ଏନେଇ ଆବେଦନକାରୀ ଜାତୀୟ ମାନବିକ ଅଧିକାର କମିଶନ ଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ।କମିଶନ ଏହାକୁ ଗୁରୁତ୍ୱର ସହ ନେଇ ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ରିପୋର୍ଟ ତଲବ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କମିଶନ ନିର୍ଦ୍ଧେଶ ଦେଇଛନ୍ତି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.