ETV Bharat / city

କଟକ ଅଳଙ୍କାର ଦୋକାନରୁ ଲୁଟ ଘଟଣା: 2 ଅଭିଯୁକ୍ତ ଗିରଫ - shop

ଗତ ବୁଧବାର କଟକ ଶ୍ରୀରାମ ଅଳଙ୍କାର ଲୁଟ୍ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 12, 2019, 11:44 PM IST

କଟକ: ଶ୍ରୀରାମ ଅଳଙ୍କାର ଦୋକାନରୁ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତ ବୁଧବାର ରାତିରେ ସିଡିଏ ସେକ୍ଟର-6 ଅଞ୍ଚଳରେ ଥିବା ଶ୍ରୀରାମ ଅଳଙ୍କାର ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । 2 ଅଭିଯୁକ୍ତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଟୁନା ଦାସ ଓ କେ. ଶ୍ୟାମ ସୁନ୍ଦର ରାୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ଗତ ବୁଧବାର ରାତି ପ୍ରାୟ 9 ଟାରେ ଗ୍ରାହକ ସାଜି 3 ଜଣ ଶ୍ରୀରାମ ଅଳଙ୍କାର ଦୋକାନକୁ ପସି ଭଉଣୀ ବାହାଘର ପାଇଁ ସୁନା କିଣିବାକୁ ଆସିଥିବା କହିଥିଲେ । ତେବେ ସୁନା ଦୋକାନୀ ସୁନା ଗହଣା ଦେଖାଇବା ମାତ୍ରେ ବନ୍ଧୁକ ଓ ଛୁରୀ ଦେଖାଇ ସୁନା ଗହଣା ଲୁଟି ନେଇ ଫେରାର୍ ହୋଇଥିଲେ ।

ତେବେ ଏହି ଘଟଣାରେ ପୋଲିସ ଶୁକ୍ରବାର ନରାଜ ନିକଟରୁ 2 ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହ ସେମାନଙ୍କ ଠାରୁ ଗୋଟିଏ ହୁଣ୍ଡାଇ କାର, ଗୋଟିଏ ଫୋନ, ଏକ ହଜାର ଟଙ୍କା, ସାଢେ 6 ଗ୍ରାମର 2ଟି ସୁନା କାନ ଫୁଲ ଓ ଗୋଟିଏ ଗୋଳଡେନ ରଙ୍ଗର ଭିଭ ମୋବାଇଲ ଫୋନ ଜବତ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:x

Body:x

Conclusion:x

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.