ETV Bharat / city

ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି

author img

By

Published : Jun 10, 2022, 10:31 AM IST

Updated : Jun 10, 2022, 11:22 AM IST

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ଉଭୟଙ୍କୁ ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଶପଥପାଠ କରାଇଛନ୍ତି । ଅଧିକ ପଢନ୍ତୁ

ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି
ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବେଳେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କଲେଜିୟମ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପୁରୁଣା ହାଇକୋର୍ଟ କୋଠାରେ ନୂତନ ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଉଭୟଙ୍କୁ ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଶପଥପାଠ କରାଇଛନ୍ତି । ଏହି ଦୁଇ ବିଚାରପତି ଓଡିଶା ହାଇକୋର୍ଟରେ ଯୋଗ ଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି।

ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି

ଗତମାସ 27 ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଦଳି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିଲେ । ଏଥିରେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କର କୋଲକାତା ହାଇକୋର୍ଟକୁ ବଦଳି ହୋଇଥିଲା । ତ୍ରିପୁରା ହାଇକୋର୍ଟରୁ ବଦଳି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ବଦଳି ଓଡିଶା ହାଇକୋର୍ଟକୁ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜଷ୍ଟିସ ଶୁଭାଶିଷ ତଳପାତ୍ର ୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରା ଉଦୟପୁରରେ ଜନ୍ମ ଗ୍ରହଣ କରିଥିଲେ। କଲିକତା ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୯୦ ସେପ୍ଟେମ୍ବର ୧୨ ତାରିଖରେ ଆଇନଜୀବୀ ଭାବେ ବାର କାଉନସିଲରେ ନାମ ପଞ୍ଜିକରଣ କରିଥିଲେ । ସେ ଗୌହାଟୀ ହାଇକୋର୍ଟଙ୍କ ଅଗ୍ରତାଲା ବେଞ୍ଚରେ ବିଶେଷ ଭାବେ ପ୍ରାକ୍ଟିସ କରୁଥିଲେ । ୨୦୦୪ ମସିହା ଡିସେମ୍ବର ୨୧ ତାରିଖରେ ସିନିୟର ଆଇନଜୀବୀ ଭାବେ ବିବେଚିତ ହୋଇଥିଲେ ।

୨୦୧୧ ମସିହା ନଭେମ୍ବର ୧୫ ତାରିଖରେ ସେ ଗୌହାଟୀ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ସେ ତ୍ରିପୁରା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ୨୦୧୩ ସେପ୍ଟେମ୍ବର ୧୩ ତାରିଖରେ ଶପଥ ଗ୍ରହଣ କରିଥିଲେ । ୨୦୧୮ ନଭେମ୍ବର ମାସରେ ଓ ୨୦୧୯ ନଭେମ୍ବର ମାସରେ ସେ କିଛିଦିନ ପାଇଁ ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ । ଏହାପରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବିଚାରପତି ଭାବେ ବଦଳି କରାଯାଇଛି ।

ସେହିପରି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲ୍ଲା ମୁକ୍ତାଦେଇପୁର ଗ୍ରାମରେ । ଇଞ୍ଜିନିୟର ବିଭୂତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କର ପୁଅ ସଞ୍ଜୟ ମିଶ୍ର । ତାଳଚେର ଥର୍ମାଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୋଳ କଲେଜରୁ ବି କମ ପାସ କରିବା ପରେ ୧୯୯୦ରେ ଏମଏସ କଲେଜରୁ ଏଲଏଲବି ପାସ କରିଥିଲେ । ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ୧୯୯୦ରେ ଆଇନଜୀବୀ ଭାବେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ ପଞ୍ଜିକରଣ କରିଥିଲେ । ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jun 10, 2022, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.