କଟକ: କଟକରେ ଆରମ୍ଭ ହେଲା 30ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିଆନସିପ । ଜବାହାର ଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଏହା 4 ଦିନ ଧରି ଖେଳାଯିବ । ଦେଶର 30ଟି ରାଜ୍ୟରୁ ମୋଟ 650 ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
ଉଭୟ ରାଜ୍ୟ କ୍ରୀଡା ବିଭାଗ ଓ ରାଜ୍ୟ ଫେନ୍ସିଂ କ୍ରୀଡା ସଙ୍ଘର ମିଳିତ ଉଦ୍ୟମରେ ଏହି ମେଗା ଆୟୋଜନ ହୋଇଛି । ଏହି ମେଗା ପ୍ରତିଯୋଗିତାରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ । କାହିଁକି ନା ଚଳିତ ବର୍ଷ ବିଭିନ୍ନ କ୍ୟାମ୍ପରେ ଭଲ ଅଭ୍ୟାସ କରିଛି ଟିମ ଓଡିଶା । ତେବେ ଏହି ସଫଳ ଆୟୋଜନ ପରେ ସର୍ବ ଭାରତୀୟ ସଙ୍ଘ ଓଡିଶାକୁ ଆହୁରି ମେଗା ପ୍ରତିଯୋଗିତା ପ୍ରଦାନ କରିବ ବୋଲି କହିଛନ୍ତି ରାଜ୍ୟ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ।
ଇଟିଭି ଭାରତ, କଟକ