କଟକ: ଜାଇକା ଯନ୍ତ୍ରଣାକୁ ନେଇ ସିଏମସି ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା । ପରମହଂସ ପଞ୍ଚାୟତର ବଗଲାପଡା ଅଞ୍ଚଳରେ ରହୁଥିବା ଆଦିବାସୀଙ୍କୁ ତୁରନ୍ତ ଜାଗା ଖାଲି କରିବା ଜାଇକା କର୍ମଚାରୀ ଧମକ ଦେଉଥିବା ଅଭିଯୋଗ ହୋଇଛି । ଶୀଘ୍ର ସ୍ଥାନ ଖାଲି କର ନଚେତ ବୁଲଡ଼ୋଜର ଲଗାଇ ଘର ଭାଙ୍ଗିବୁ ବୋଲି ଧମକ ଦେଇଛନ୍ତି ଜାଇକା କର୍ମଚାରୀ । ଯାହାକୁ ତୀବ୍ର ବିରୋଧ କରିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଏ ନେଇ ମଞ୍ଚ ତରଫରୁ କଟକ ମହାନଗର ନିଗମକୁ ଅଭିଯୋଗ ମଧ୍ୟ କରାଯାଇଛି ।
ଘଟଣା ଅନୁସାରେ ଜାଇକା ଉକ୍ତସ୍ଥାନରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଯୋଜନା କରିଛି । ତୁରନ୍ତ ଜାଗା ଖାଲି କରିବା ପାଇଁ ବସ୍ତି ବାସିନ୍ଦାଙ୍କୁ ଧମକ ଦେଉଛନ୍ତି ଜାଇକା କର୍ମଚାରୀ । ନହେଲେ ବଳପୂର୍ବକ ବୁଲଡୋଜର ଲଗାଇ ସ୍ଥାନକୁ ଖାଲି କରିବା ପାଇଁ ଧମକ ଦେଇଛି । ଜାଇକାର ଏପରି ବ୍ୟବହାରକୁ ନେଇ ସିଏମସି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଦାବି କରିଛି ମଞ୍ଚ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ