ETV Bharat / city

ସିଲଭର ସିଟିର ଅସରନ୍ତି ଦୁଃଖ ‘ଜାଇକା’ - ଜାଇକା କାମ

ସିଲଭରସିଟିକୁ ‘ଜାଇକା’ ଚିନ୍ତା । କେବେ ପଡିବ ଏହି ଅଵବ୍ୟସ୍ଥା ଉପରେ ପୂର୍ଣ୍ଣଚ୍ଛେଦ । ବର୍ଷା ଦିନେ ବି ଚାଲୁ ରହିଛି କାମ । ଯାହା ସହର ବାସୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Aug 10, 2019, 7:20 PM IST

Updated : Aug 10, 2019, 9:17 PM IST

କଟକ: ସିଲଭରସିଟିକୁ ‘ଜାଇକା’ ଚିନ୍ତା । କେବେ ପଡିବ ଏହି ଅଵବ୍ୟସ୍ଥା ଉପରେ ପୂର୍ଣ୍ଣଚ୍ଛେଦ । ବର୍ଷା ଦିନେ ବି ଚାଲୁ ରହିଛି କାମ । ଯାହା ସହର ବାସୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବର୍ତ୍ତମାନ ମୌସୁମୀ ସହ ଲଘୁଚାପ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଆଣ୍ଠୁଏ ଲେଖାଁଏ ପାଣି । ଅନ୍ୟପଟେ ଜାଇକା ପାଇଁ ଠାଏ ଠାଏ ରାସ୍ତା ଖୋଳାଯାଇଛି । ତେବେ କଟକର ଏମିତି ଚିତ୍ରକୁ ଦେଖିଲେ ଅଘଟଣକୁ ଏଡାଇ ଦିଆଯାଇପାରିବ ନାହିଁ । ଯାହାକୁ ନେଇ ଚିନ୍ତାରେ କଟକିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କେବେ ସରିବ ଜାଇକା କାମ । ଯାହା ସମୟଚକ୍ରରେ କଟକବାସୀଙ୍କୁ ଅରସନ୍ତି ଦୁଃଖରେ ପେସୁଛି । ଗୋଟେପଟେ ବର୍ଷା ଯୋଗୁଁ ରାସ୍ତାରେ ଲହଡି ମାରୁଛି ପାଣି । ଅନ୍ୟପଟେ ଜାଇକା ଯୋଗୁଁ ରାସ୍ତାରେ ବଡ଼ ବଡ଼ ଖାଲ । ଯେଉଁଥିରୁ ବାରି ହୋଇପଡୁଛି ସହରବାସୀଙ୍କ ହିନସ୍ତା ଓ ଦୁର୍ଦ୍ଦଶାର ଚିତ୍ର। ଏପଟେ ଏଦିଗରେ ସିଏମସିର କାର୍ଯ୍ୟାନୁଷ୍ଠାନ ଯେମିତି କଚ୍ଛପ ଗତିରେ ଚାଲିଛି।

ଅନ୍ୟପଟେ ଜାଇକା କାମ ଆସନ୍ତା ବର୍ଷ ସୁଦ୍ଧା ସମାପ୍ତ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଦୀର୍ଘ ଦିନ ଧରି କଟକିଆ ଭୋଗିଲେଣି ଜାଇକା ଦୁଃଖ । ତେବେ ଆସନ୍ତା ବର୍ଷ ଏହି ପ୍ରକଳ୍ପ କାମ ସରିବା ପରେ ସହରବାସୀଙ୍କ ଦୁଃଖ ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଆସନ୍ତା ବର୍ଷ ସରିବ ପ୍ରକଳ୍ପ କାମ ବୋଲି ଦମ୍ଭ ଦେଖାଇଛନ୍ତି ମନ୍ତ୍ରୀ । ତେବେ ଦେଖିବାକୁ ବାକି ରହିଲା ଏହାରି ଭିତରେ ଆଉ କେତେ ଦୁଃଖର ସାମ୍ନା କରିବେ ସହରବାସୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ : ସିଲଭରସିଟି କୁ ଜାଇକା ଚିନ୍ତା । କେବେ ପଡିବ ଏହି ଅଵବ୍ୟସ୍ଥା ଉପରେ ପୂର୍ଣଛେଦ । ବର୍ଷା ଦିନେ ବି ଚାଲୁ ରହିଛି କାମ । ଯାହା ସହର ବାସୀଙ୍କ ମୁଣ୍ଡବିନ୍ଧା ର କାରଣ ସାଜିଛି । ଵର୍ତମାନ ମୌସୁମି ବର୍ଷା ଲାଗି ରହିଥିବାରୁ ରାସ୍ତା ରେ ଆଣ୍ଠୁଏ ଲେଖାଁଏ ପାଣି । ଅନ୍ୟପଟେ ଜାଇକା ପାଇଁ ଖୋଳା ଯାଇଛି ରାସ୍ତା । ତେବେ ସ୍ପଷ୍ଟ ହେଉଛି ଯେ କେଉଁ ମୁହୂର୍ତ୍ତ ରେ ଯାଇପାରେ ଜୀବନ । ଯାହାକୁ ନେଇ ଚିନ୍ତା ରେ କଟକିଆ ।

Body:ଭିଓ୧: କଟକ ରେ ପଡିଛି ଭାଳେଣି । କେବେ ସରିବ ଜାଇକା କାମ । ଯାହାକୁ ନେଇ ଚିନ୍ତା ରେ କଟକିଆ । ଗୋଟେପଟେ ବର୍ଷା ର ପାଦୃଭାବ ଯୋଗୁ ରାସ୍ତା ରେ ଲହଡି ମାରୁଚି ଆଣ୍ଠୁଏ ଲେଖାଁଏ ପାଣି । ଅନ୍ୟପଟେ ଜାଇକା ଯୋଗୁ ରାସ୍ତା ରେ ବଡ଼ ବଡ଼ ଖାଲ । ଯାହା ବାରି ହୋଇପଡୁଛି କେତେ ଅସ୍ତଵ୍ୟସ୍ତ ରେ ଥିବେ ସହରବାସୀ । ଏହି ଦିଗ ପ୍ରତି ସିଏମସି ର କାର୍ଯ୍ୟାନୁଷ୍ଠାନ ଏଯାବତ ଶୀତଳ ରହିଛି ବୋଲି କହିଛନ୍ତି ଲୋକେ । ତେବେ ସରକାର କେବେଳ ମିଥ୍ୟା ପ୍ରହସନ ଦେଇ କଟକିଆଙ୍କୁ ଭୁଆଁ ବୁଲାଉଥିବା କହିଛନ୍ତି ସାଧାରଣ ଜନତା ।

ବାଇଟ: (ସଞ୍ଜୟ ଚକ୍ରବର୍ତୀ)ସ୍ଥାନୀୟ ବାସୀନ୍ଧା

ଭିଓ୨: ଅନ୍ୟପଟେ ଜାଇକା କାମ ଆସନ୍ତା ବର୍ଷ ସୁଧା ସମାପ୍ତ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଦୀର୍ଘ ଦିନ ଧରି କଟକିଆ ଭୋଗିଲେଣି ଅନେକ ଦୁଃଖ । ଆଉ ଏହି ଦୁଃଖ ର କାରଣ ଜାଇକା । ତେବେ ଆସନ୍ତା ବର୍ଷ ଏହି ପ୍ରକଳ୍ପ କାମ ସରିବା ପରେ ସହରବାସୀଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ସେ ।

ବାଇଟ: ପ୍ରତାପ ଜେନା ( ନଗର ଉନ୍ନୟନ ମନ୍ତ୍ରୀ )

Conclusion:ଫାଭିଓ: ଆସନ୍ତା ବର୍ଷ ସରିବ ପ୍ରକଳ୍ପ କାମ । ତେବେ ଦେଖିବାକୁ ବାକି ରହିଲା ଏହାରି ଭିତରେ ଆଉ କେତେ ଦୁଃଖ ର ସମ୍ନା କରିବେ ସହରବାସୀ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
Last Updated : Aug 10, 2019, 9:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.