ETV Bharat / city

କଟକ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ: ଡିସିପି - କଟକ ଲୁଟ୍ ଘଟଣାର ତଦନ୍ତ ଖବର

କଟକରେ ଆଇଆଇଏଫଏଲ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାର ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ଏନେଇ 3ଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଡିସିପି କହିଛନ୍ତି । ଅଧିକ ପଢନ୍ତୁ...

କଟକ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ: ଡିସିପି

author img

By

Published : Nov 19, 2020, 6:42 PM IST

କଟକ: କଟକ ନୟାସଡ଼କ ଅଞ୍ଚଳରେ ଥିବା ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥାରୁ ଲୁଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ଘଟଣାର ତଦନ୍ତ ପାଇଁ ୩ଟି ଟିମ ଗଠନ କରାଯାଇଥିବା ଡିସିପି କହିଛନ୍ତି ।

ସେହିପରି କଟକ ଡିସିପି କହିଛନ୍ତି ଯେ, "କଟକ ରୁରାଲ, କେନ୍ଦ୍ରାପଡା, ଯାଜପୁର ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି । ସବୁଠାରୁ ବଡ କଥା ହେଉଛି ସମ୍ପୃକ୍ତ ଫାଇନାନ୍ସ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିଲା । ଏପରିକି ଆଲାରାମ ବ୍ୟବସ୍ଥା ଅଚଳ ହୋଇଥିଲା । ସେହିପରି ଭିତରେ ଲାଗିଥିବା ସମସ୍ତ ସିସିଟିଭି ମଧ୍ୟ କାମ କରୁନଥିଲା । ଯାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।"

କଟକ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ: ଡିସିପି

ତେବେ ଏତେବଡ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥା କିଭଳି ତ୍ରୁଟି ରହିଲା, ସେ ନେଇ ମଧ୍ୟ ଡିସିପି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ସନ୍ଦେହ କରାଯାଉଛି। କିଛି କର୍ମଚାରୀଙ୍କୁ ଅଟକ ରଖି ମଧ୍ୟ କମିଶନରେଟ ପୋଲିସ ପଚରାଉଚରା କରୁଥିବା କହିଛନ୍ତି । ନିଜେ ପୋଲିସ କମିଶନର ମଧ୍ୟ ଘଟଣାଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ଖୁବଶୀଘ୍ର ଆସାମୀଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.