କଟକ: ରେଭେନ୍ସା ଵିଶ୍ବଵିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶୁକ୍ରବାର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ରାଜ୍ୟପାଳ ଗଣେଶୀ ଲାଲ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିଲେ । ଇଷ୍ଟ ହଷ୍ଟେଲରେ ରହି ପାଠ ପଢିଥିବା ପୁରାତନ ଛାତ୍ରମାନେ ଏହି ଉତ୍ସଵରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଛାତ୍ରାବାସରେ ରହି ପାଠପଢିଥିଵା ଅନେକ ଛାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ, ମନ୍ତ୍ରୀ, ବିଧାୟକ ଓ ସର୍ବଭାରତୀୟ ସ୍ତରରେ ଆଇଏଏସ ,ଆଇପିଏସ ଅଧିକାରୀ ଭାଵେ ସୁନାମ ଅର୍ଜନ କରିଛନ୍ତି।
ଏମାନଙ୍କ ମଧ୍ୟରୁ ଅଧିକାଂଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଇପିଏସ ତଥା ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମଧ୍ୟ ଏହି ଛାତ୍ରାଵାସର ଅନ୍ତେବାସୀ ଥିଲେ । ଏହି ଅଵସରରେ ଵର୍ତ୍ତମାନର ଇଷ୍ଟ ହଷ୍ଟେଲ ଅନ୍ତେଵାସୀମାନେ ପୂର୍ବ ଅନ୍ତେଵାସୀମାନଙ୍କ ପଥକୁ ଅନୁକରଣ କରିବା ପାଇଁ ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ