କଟକ: ସରିଲା ପ୍ରଥମ ପର୍ଯ୍ୟାୟ ଟୀକାକରଣ । ଦେଶବ୍ୟାପୀ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆଜି(ବୁଧବାର) ଶେଷ ହୋଇଛି । ଏହିକ୍ରମରେ କଟକ ଜିଲ୍ଲାରେ ପ୍ରଥମ ୨୦ ହଜାରରୁ ଅଧିକ ଆଗ ଧାଡ଼ିର କରୋନା ଯୋଦ୍ଧା ଟୀକା ନେଇଥିବା ଜଣାପଡିଛି ।
ଅନ୍ୟପଟେ ଗତ ୬ ତାରିଖରୁ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ ଟୀକା ନେଇ ନିଜକୁ ସୁରକ୍ଷିତ ରଖିବେ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଶାବ୍ୟକ୍ତ କରିଛନ୍ତି । ତେବେ ଯେଉଁମାନେ ଟୀକା ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲାପାଳ । ଏହାପରେ ଟୀକାକରଣ ପାଇଁ ଅଧିକରୁ ଅଧିକ କର୍ମଚାରୀ ଆଗେଇ ଆସିଥିଲେ । ଏବେ ଜିଲ୍ଲାର ଟୀକାକରଣ ସ୍ଥିତି ସନ୍ତୋଷଜନକ ଥିବା କହିଛନ୍ତି କଟକ ଜିଲ୍ଲାପାଳ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ