କଟକ: ଆସନ୍ତା ୧୮ ତାରିଖ ରୁ ଭକାଲାତାନମା (ଓକିଲାତିନାମା ) ରେ ୧୦୦ ଟଙ୍କିଆ ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ ନିଷ୍ପତ୍ତିକୁ ଓଡିଶା ହାଇକୋର୍ଟ ବାର ତୀବ୍ର ବିରୋଧ କରିଛି । ରାଜ୍ୟର କୌଣସି ଆଇନଜୀବୀ ଏହି ନିଷ୍ପତ୍ତିକୁ ସମର୍ଥନ ନକରିବାକୁ ଆହ୍ବାନ କରିଛନ୍ତି ଓଡିଶା ହାଇକୋର୍ଟ ବାର ଆସୋସିଏସନ।
ଏନେଇ ରାଜ୍ୟର ସମସ୍ତ ୧୫୪ ଟି ବାର କୁ ଅନୁରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ। ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ କେହି ଇଲେକ୍ଟଡ ସଦସ୍ୟ ନଥିବାବେଳେ କିପରି ଏହି ନିଷ୍ପତ୍ତି ନିଆଗଲା ସେନେଇ ପ୍ରଶ୍ନ ଉଠାଇଛି ହାଇକୋର୍ଟ ବାର ଆସୋସିଏସନ। ତେବେ ଏହି କ୍ରମରେ କୌଣସି ଆଇନଜୀବୀ ଭକାଳତାନମା ରେ ୧୦୦ ଟଙ୍କିଆ ଷ୍ଟାମ୍ପ ନାଲଗାଇବାକୁ ନିବେଦନ କରିଛି ହାଇକୋର୍ଟ ବାର।
ଇଟିଭି ଭାରତ, କଟକ