କଟକ: ହାଉସ ସର୍ଜନଙ୍କ କଥା ଶୁଣିଲେ ରାଜ୍ୟ ସରକାର । ବଢ଼ିଲା ଷ୍ଟାଇପେଣ୍ଡ । ରାଜ୍ୟବ୍ୟାପୀ ସରକାରୀ ମେଡିକାଲ କଲେଜ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପିନ୍ଧି କରୁଥିବା ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ । ଗତ ୨୭ ତାରିଖ ଦିନ କାର୍ଯ୍ୟବନ୍ଦ ଧର୍ମଘଟ ହେବା ନେଇ ସଙ୍ଘ ଘୋଷଣା କରିବା ପରେ ସରକାର କିଛିଦିନ ବିଚାର କରିବାକୁ ମହଲତ ମାଗିଥିଲେ ।
ଆଉ ଶେଷରେ ଷ୍ଟାଇପେଣ୍ଡକୁ ଦାବି ମୁତାବକ ୨୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜୁନିୟର ଡାକ୍ତର ସଙ୍ଘ ପକ୍ଷରୁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ମନ୍ତ୍ରୀ , କଲେଜ କର୍ତ୍ତୃପକ୍ଷ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ