ETV Bharat / city

ବଗଲା ଧର୍ମଶାଳା ଜମି ବିବାଦ ମାମଲା: ସମସ୍ତ 23 ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ - bagala dharmasala land scam

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ 23 ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ବଗଲା ଧର୍ମଶାଳା ଜମି ବିବାଦ ମାମଲା
ବଗଲା ଧର୍ମଶାଳା ଜମି ବିବାଦ ମାମଲା
author img

By

Published : Nov 16, 2020, 2:47 PM IST

କଟକ: ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ 23 ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି କ୍ରୟ କରିଥିବା 6ଜଣ କ୍ରେତାଙ୍କୁ ଏହି ନୋଟିସ ଜାରି ହୋଇଛି ।

ବଗଲା ଧର୍ମଶାଳା ଜମି ବିବାଦ ମାମଲା

ରାଜସ୍ବ ପରିଷଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡିଶା ବ୍ରିଜ କନଷ୍ଟ୍ରକ୍‌ସନ କର୍ପୋରେସନ, ପୁରୀ ମୁନିସିପାଲିଟି ଓ ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରି କରାଯାଇଛି ।

ପୁରୀ ଜିଲ୍ଲାପାଳ ଓ ତହସିଲଦାର ଜବାବ ଦାଖଲ କରିଥିବାବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ କରିବାକୁ କହିଛନ୍ତି ଅଦାଲତ । ଉଭୟ ପକ୍ଷଙ୍କ ଜବାବ ଓ ପ୍ରତିଜବାବ ଦାଖଲ କରିବା ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପକ୍ଷରୁ ପୃଥକ ପୃଥକ ମାମଲା ହୋଇଥିବାବେଳେ ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.