ETV Bharat / city

ରାଜ୍ୟରେ ମଦ ବିକ୍ରି ବନ୍ଦ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ ପ୍ରକାଶ - କଟକ ଖବର

ରାଜ୍ୟରେ ମଦ ବ୍ୟବସାୟ ବନ୍ଦ କରିବାକୁ ନେଇ ରୁଜୁ କରାଯାଇଥିବା ଜନସ୍ୱାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଅଧିକ ପଢ଼ନ୍ତୁ...

ରାଜ୍ୟରେ ମଦ ବିକ୍ରି ବନ୍ଦ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ ପ୍ରକାଶ

author img

By

Published : Sep 16, 2021, 10:28 PM IST

କଟକ: ରାଜ୍ୟରେ ମଦ ବ୍ୟବସାୟ ବନ୍ଦ କରିବାକୁ ନେଇ ରୁଜୁ କରାଯାଇଥିବା ଜନସ୍ୱାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ଘଟଣାରେ ରାଜ୍ୟ ସରକାର ବାରମ୍ବାର ତାରିଖ ବଦଳାଉଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଗତ ୨୦୧୩ ମସିହାରେ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।

ଏହି ମାମଲାରେ ନଭେମ୍ବର ୧ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିରେ ବ୍ୟତକ୍ରମ ଘଟିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରବର୍ତ୍ତୀ ଶୁଣାଣିରେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ମଦ ବ୍ୟବସାୟ ବନ୍ଦ କରିବାକୁ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ନଭେମ୍ବର ୧୬ ରେ ଏହି ଶୁଣାଣି ହେବ । ରାଜ୍ୟ ସରକାର ବାରମ୍ବାର ତାରିଖ ବଦଲାଉଥିବାରୁ ହାଇକୋର୍ଟଙ୍କ ସମୟ ନଷ୍ଟ ହେଉଛି ବୋଲି କହିଛନ୍ତି ହାଇକୋର୍ଟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.