ETV Bharat / city

BSKY କାର୍ଯ୍ୟକାରୀ କରୁନଥିଲା ଘରୋଇ ମେଡିକାଲ, ହାଇକୋର୍ଟଙ୍କ ଚାବୁକ ପରେ ଫେରାଇଲା ଟଙ୍କା

author img

By

Published : Nov 9, 2021, 5:20 PM IST

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ଏକ ଧୂଆଁବାଣ କି? ଏହା ସରକାରଙ୍କ ସପକ୍ଷରେ ନିର୍ବାଚନୀ ହାୱା ନୁହେଁ ତ? କାରଣ କେଉଁ ଉପାନ୍ତ କି ପଛୁଆ ଅଞ୍ଚଳରୁ ନୁହେଁ ଖୋଦ ରାଜ୍ୟର ସର୍ବପୁରାତନ ସହର କଟକରେ ହୋଇଥିବା ଏକ ଘଟଣା ପରେ ଯୋଜନାର ବାସ୍ତବତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

BSKY
BSKY

କଟକ: ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ଏକ ଧୂଆଁବାଣ କି? ଏହା ସରକାରଙ୍କ ସପକ୍ଷରେ ନିର୍ବାଚନୀ ହାୱା ନୁହେଁ ତ? କାରଣ କେଉଁ ଉପାନ୍ତ କି ପଛୁଆ ଅଞ୍ଚଳରୁ ନୁହେଁ ଖୋଦ ରାଜ୍ୟର ସର୍ବପୁରାତନ ସହର କଟକରେ ହୋଇଥିବା ଏକ ଘଟଣା ପରେ ଯୋଜାନର ବାସ୍ତବତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

ଘଟଣା ଅନୁସାରେ କଟକ ସିଡିଏ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ କିଡନୀ ରୋଗୀ ଡାଇଲେସିସ ପାଇଁ ପହଞ୍ଚିଥିଲେ । ଆଉ ରୋଗୀଙ୍କ ସମ୍ପର୍କୀୟ ମେଡିକାଲ କର୍ତ୍ତୃପକ୍ଷଙ୍କୁ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଦେଖାଇଥିଲେ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ଏହି କାର୍ଡକୁ ଗ୍ରହଣ କରିନଥିଲେ। ଟଙ୍କା ଦେଇ ଭର୍ତ୍ତି ହେବାକୁ କହିଥିଲେ ।

ରୋଗୀ ଗୁରୁତର ଥିବାରୁ ପରିବାର ଲୋକେ 30 ହଜାର ଟଙ୍କା ଦେଇ ରୋଗୀଙ୍କୁ ଆଡମିଶନ କରିଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟ ଏହି ଘଟଣାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ରୋଗୀଙ୍କ ସପକ୍ଷରେ ରାୟ ଦେଇଛନ୍ତି ।

ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡଧାରୀ ଥିବା ସମସ୍ତ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ବାଧ୍ୟ । ଏନେଇ ସରକାର ବିଭିନ୍ନ ଘରୋଇ ମେଡିକାଲ ସହ ଚୁକ୍ତି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ପଞ୍ଜିକୃତ ଥିବା ସମସ୍ତ ଘରୋଇ ହସ୍ପିଟାଲ ହିତାଧିକାରୀଙ୍କୁ ସେବା ଯୋଗାଇ ଦେବାକୁ ବାଧ୍ୟ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

ଏହାବାଦ ସମ୍ପୃକ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଆବେଦନକାରୀ ରୋଗୀ ପର୍ଯ୍ୟାୟକ୍ରମେ ପଇଠ କରିଥିବା 70 ହଜାର ଟଙ୍କାକୁ ମଧ୍ୟ ଫେରସ୍ତ କରିବା ପାଇଁ କୋର୍ଟ ସେହି ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ ଆବେଦନକାରୀଙ୍କ ଓକିଲ ସହର୍ଷାନଶୁ ସୌରଭ କହିଛନ୍ତି, ରାଜ୍ୟ ସରକାରଙ୍କ ଯୋଜନା ଭଲ ଯୋଜନା । ଯେଉଁ ହସ୍ପିଟାଲ ଗୁଡିକ ଏହି ଯୋଜନାରେ ପଞ୍ଜିକୃତ କରିଛନ୍ତି, ସେମାନେ ଏହି ନିୟମ ମାନିବା ସହ ଯୋଜନାର କାର୍ଯ୍ୟକାରୀ କରିବା ଉଚିତ । କାରଣ ସମସ୍ତ ରୋଗୀ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.