ETV Bharat / city

ସାଉଥକୋରେ ଅନିୟମିତତା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା - high court

ବିଦ୍ୟୁତ ବିତରଣ କ୍ଷେତ୍ରରେ ସାଉଥକୋରେ ହୋଇଥିବା ଅନିୟମିତତା ଘଟଣାରେ ହାଇକୋର୍ଟରେ ଶୁକ୍ରବାର ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ସାଉଥକୋରେ ଅନିୟମିତତା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

author img

By

Published : Feb 15, 2020, 2:56 AM IST

କଟକ: ବିଦ୍ୟୁତ ବିତରଣ କ୍ଷେତ୍ରରେ ସାଉଥକୋରେ ହୋଇଥିବା ଅନିୟମିତତା ଘଟଣାରେ ହାଇକୋର୍ଟରେ ଶୁକ୍ରବାର ମାମଲା ରୁଜୁ ହୋଇଛି । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆବେଦନ କରାଯାଇଛି ।

ସାଉଥକୋରେ ଅନିୟମିତତା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ଆବେଦନକାରୀ ଆଇନଜୀବୀ ସୋନାଲି ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ଏହି ମାମଲାରେ ଦର୍ଶାଯାଇଛି ଯେ ସାଉଥକୋ ଅତି ନିମ୍ନମାନର କାର୍ଯ୍ୟ କରୁଛି । ସେହିପରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଦ୍ୟୁତ କେବୁଲ ମଧ୍ୟ ନିମ୍ନମାନର । ଏଥିଯୋଗୁଁ ବହୁ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଇଛି ।

ସେହିପରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଦ୍ୟୁତ କେବୁଲ ମଧ୍ୟ ନିମ୍ନ ମାନର । ଏଥିଯୋଗୁଁ ବିଭିନ୍ନ ସମୟରେ ବିଦ୍ୟୁତ ସମ୍ପର୍କିତ ଅଘଟଣ ଘଟୁଛି । ଅନ୍ୟପକ୍ଷରେ ସୌଭାଗ୍ୟ ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରାଯାଇଛି । କେବଳ ଭୈରବୀ ଟ୍ରେଡର୍ସକୁ ଅନୁଗ୍ରହ ଦେଖାଇ ୪୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଛି ।

ଏହି ମାମଲାରେ ନିକଟରେ ବ୍ରହ୍ମପୁର ରେ ହୋଇଥିବା ଅଘଟଣ କଥା ମଧ୍ୟ ଦର୍ଶାଇଛନ୍ତି ଆବେଦନକାରୀ । ଆବେଦନରେ କୁହାଯାଇଛି ଯେ ବିଦ୍ୟୁତ ତାର ମାଟି ଉପରୁ ଯେତିକି ଉଚ୍ଚତାରେ ରହିବା କଥା ତାହା ରହିନଥିଲା । ଫଳରେ ବ୍ରହ୍ମପୁରରେ ଏଭଳି ମର୍ମନ୍ତୁଦ ଘଟଣା ଘଟି ବହୁ ଧନ ଜୀବନ ହାନି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.