ETV Bharat / city

ଶୁଣିଲେନି ସରକାର, ଜୀବନ ହାରିଲେ ଦୁଷ୍ମନ୍ତ - SCB ବଡ ମେଡିକାଲ

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ । SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।ଅଧିକ ପଢନ୍ତୁ...

ଶୁଣିଲେନି ସରକାର, ଜୀବନ ହାରିଲେ ଦୁଷ୍ମନ୍ତ
ଶୁଣିଲେନି ସରକାର, ଜୀବନ ହାରିଲେ ଦୁଷ୍ମନ୍ତ
author img

By

Published : Sep 8, 2021, 9:53 PM IST

କଟକ: ଆଖି ବୁଜିଲେ ଦୁଷ୍ମନ୍ତ । ଉନ୍ନତ ମାନର ଚିକିତ୍ସା ପାଇଁ ବାରମ୍ବାର ଦାବି କରିବା ସହ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ ।

ଏନେଇ ଆଜି (ବୁଧବାର) ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । ତେବେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରି SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଲିଛି । ପୂର୍ବରୁ ସେ SCB ବଡ ମେଡିକାଲରେ ଡାକ୍ତରଙ୍କ ଦ୍ବାରା ଭୁଲ ଅସ୍ତ୍ରୋପଚାର ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ଗତ ଏକ ବର୍ଷ ହେଲା ସେ ଯନ୍ତ୍ରଣା ଭୋଗୁଥିବା କଥା କହିଥିଲେ ଦୁଷ୍ମନ୍ତ ।

ସୂଚନାନୁସାରେ ୨୦୨୦ ମସିହା ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣା ଘଟି ଦୁଷ୍ମନ୍ତଙ୍କ ବାମ ଗୋଡରେ ଗଭୀର କ୍ଷତ ହୋଇଥିଲା ଯାହାର ଚିକିତ୍ସା ନିମନ୍ତେ ସେ କଟକ SCBରେ ଭର୍ତ୍ତି ହୋଇଥିଲେ । ତେବେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ପ୍ରଥମ ଅପରେସନ ପାଇଁ ୨୩ ମାର୍ଚ୍ଚ ଓ ଦ୍ବିତୀୟ ଅପରେସନ ପାଇଁ ୧୯ ଜୁନ ୨୦୨୦ରେ ଭର୍ତ୍ତି ହୋଇଥିଲେ । ସେ କହିଛନ୍ତି କି ମୁଁ ଅସୁସ୍ଥ ଥିବା ସମୟରେ ଅପରେସନ କରିବାକୁ ବାରମ୍ବାର ତାରିଖ ପରେ ତାରିଖ ଗଡାଇ ଚାଲିଥିଲାବେଳେ ହଠାତ୍ ଜୁଲାଇ ୧୫ରେ କହିଲେ କି ବର୍ତ୍ତମାନ କୋରୋନା ସମୟ ଚାଲିଛି ପରେ ଆସ ତୁମର ଚିକିତ୍ସା କରାଯିବ ।

ପରବର୍ତ୍ତୀ ସମୟରେ କ୍ଷତ ଗୋଡର ଚିକିତ୍ସା ପାଇଁ ସେ SCB ମେଡିକାଲ ଠାରୁ ଆରମ୍ଭ କରି ଘରୋଇ ହସ୍ପିଟାଲ, ସ୍ବାସ୍ଥ୍ୟ ବିଭାଗ ଓ ପରେ SCBକୁ ଦୌଡି ଦୌଡି ନୟାନ୍ତ ହେବା ସହ ୨୬ ଅଗଷ୍ଟ ୨୦୨୧ ମସିହାରେ ସ୍ବାସ୍ଥ୍ୟ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.