କଟକ: କଟକରେ ହେବନି ଗଣେଶ ପୂଜା । ସ୍ପଷ୍ଟ କଲେ କଟକ ଜିଲ୍ଲାପାଳ । ପରମ୍ପରା ଠାରୁ ଜୀବନ ମୂଲ୍ୟବାନ । ତେଣୁ ଚଳିତ ବର୍ଷ ପୂଜା ହେବନି ବୋଲି ଜଣାପଡିଛି ।
ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା । କୋରୋନା ଯୋଗୁଁ ମଣ୍ଡପରେ ଗଣେଶ ପୂଜା କରିବା ପାଇଁ ବାରଣ କଲେ ଜିଲ୍ଲାପାଳ । ଘରେ କରିବାକୁ ଦେଲେ ପରାମର୍ଶ । ଗତକାଲି ହାଇକୋର୍ଟ ଗଣେଶ କରିବା ନେଇ ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ