ETV Bharat / city

ଚିଟଫଣ୍ଡ ଠକେଇ: 7 ଦୋଷୀଙ୍କୁ କାରାଦଣ୍ଡ

author img

By

Published : Feb 4, 2021, 5:49 PM IST

Updated : Feb 4, 2021, 9:10 PM IST

ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରୁଥିବା ସିଦ୍ଧ ମହାପୁରୁଷ ମନୀ ସୋସାଇଟି ଚିଟଫଣ୍ଡ ସଂସ୍ଥାର ଦୁଇଟି ମାମଲାରେ ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଏହି ଦଣ୍ଡା ଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଓ ପିଆଇଡି କୋର୍ଟ । ଅଧିକ ପଢନ୍ତୁ...

୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ
୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ

କଟକ: ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରୁଥିବା ସିଦ୍ଧ ମହାପୁରୁଷ ମନୀ ସୋସାଇଟି ଚିଟଫଣ୍ଡ ସଂସ୍ଥାର ଦୁଇଟି ମାମଲାରେ ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଏହି ଦଣ୍ଡା ଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଓ ପିଆଇଡି କୋର୍ଟ ।

ମନି ସୋସାଇଟି ନାଁ ୪ କୋଟି ଠକେଇ ଘଟଣା

କେନ୍ଦ୍ରାପଡ଼ା ଜିଲ୍ଲା ନିକେରେଇ ଥାନା ୬/୨୦୧୬ ମାମଲାରେ ଲକ୍ଷ୍ମୀପ୍ରିୟା ରାଉତ, ସ୍ମିତାଞ୍ଜଳୀ ରାଉତ, ସଂଜୀବ ରାଉତ ଓ ମନୋଜ ଲେଙ୍କାଙ୍କୁ ଉଭୟ ୪୨୦ ଆଇପିସି ଓ ଓପିଆଇଡି ଆକ୍ଟ ୬ରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେହିପରି ମନି ସରକୁଲେଶନ ଆକ୍ଟରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଓପିଆଇଡି କୋର୍ଟ । ଅନ୍ୟପଟେ ନିକେରେଇ ଥାନା ଅନ୍ତର୍ଗତ ସେହି ସୋସାଇଟି ଆଉ ଏକ ମାମଲାରେ ଭାଗ୍ୟବତୀ ରାଉତ, ଦୁର୍ଯ୍ୟୋଧନ ଭୂୟାଁଙ୍କୁ ୪୨୦ ଦଫାରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଅନ୍ୟତମ ଅଭିଯୁକ୍ତ ଜୀବନ ଦୀପ ରାଉତଙ୍କୁ ୪୨୦ ଦଫାରେ ଓ ଓପିଆଇଡି ଆକ୍ଟରେ ୭ ବର୍ଷ ଓ ୫ ଲକ୍ଷ ଟଙ୍କା ଜୋରିମାନା ସହିତ ମନି ସରକୁଲେଶନ ଆକ୍ଟ ରେ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଉଭୟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଏକତ୍ର ଚାଲିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ଅଭିଯୁକ୍ତମାନେ ବିନା ରେଜିଷ୍ଟ୍ରେସନରେ ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିବାର ଅଭିଯୋଗ ହୋଇଥିଲା । ଠକାମିର ଶିକାର ହୋଇଥିବା କିଛି ଲୋକ ନିକେରେଇ ଥାନାରେ ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥା ନାମରେ ଅଭିଯୋଗ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 4, 2021, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.