ETV Bharat / city

ବଢୁଛି କାଠଯୋଡି ଓ ମହାନଦୀର ଜଳସ୍ତର - ବଢୁଛି ମହାନଦୀର ଜଳସ୍ତର

ବନ୍ୟାଜଳ ପ୍ରବେଶ ପରେ ବଢୁଛି ମହାନଦୀର ଜଳସ୍ତର । ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ବଢୁଛି ମହାନଦୀର ଜଳସ୍ତର
ବଢୁଛି ମହାନଦୀର ଜଳସ୍ତର
author img

By

Published : Aug 15, 2022, 10:08 AM IST

Updated : Aug 15, 2022, 1:37 PM IST

କଟକ: ହୀରାକୁଦ ଜଳ ଭଣ୍ଡାରର 26ଟି ଗେଟ ଦେଇ ବର୍ତ୍ତମାନ ବନ୍ୟାଜଳ ନିଷ୍କାସିତ ହେଉଛି । ଫଳରେ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ହେଉଛି । ସକାଳ 9ଟା ସୁଦ୍ଧା ଖଇରମାଳ ଦେଇ 10 ଲକ୍ଷ 60 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଇଥିବା ବେଳେ ବରମୂଳ ଦେଇ 10 ଲକ୍ଷ 25 ହଜାର 500 କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ବଢୁଛି ମହାନଦୀର ଜଳସ୍ତର

ସେହିପରି ମୁଣ୍ଡଳୀ ଦେଇ ମହାନଦୀରେ 9 ଲକ୍ଷ 18 ହଜାର 383 କ୍ୟୁସେକ ଜଳ, ଯୋବ୍ରା ବ୍ୟାରେଜ ଦେଇ 4 ଲକ୍ଷ 16 ହଜାର 619 କ୍ୟୁସେକ ଜଳ ଓ ନରାଜ ଦେଇ କାଠ ଯୋଡି ନଦୀରେ 4 ଲକ୍ଷ 60 ହଜାର 954 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ନରାଜ ସହକାରୀ ନିର୍ବାହୀ ଯନ୍ତ୍ରୀ ।

Last Updated : Aug 15, 2022, 1:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.