ETV Bharat / city

ବସ୍ତି ଛାଡି AC ଘରକୁ ଯିବାକୁ ଅମଙ୍ଗ ଲୋକେ, ଚିନ୍ତାରେ CMC - କଟକ ବନ୍ୟା ସଙ୍କଟ

କଟକ ସହରର ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଛି । କିନ୍ତୁ ବସ୍ତି ବାସିନ୍ଦା ବସ୍ତି ଛାଡି ଆଶ୍ରୟସ୍ଥଳୀ ଆସିବାକୁ ରାଜି ହେଉନଥିବା କହିଛନ୍ତି ସିଏମସି ମେୟର । ଅଧିକ ପଢନ୍ତୁ

ବସ୍ତି ଛାଡି ଏସି ଘରକୁ ଯିବାକୁ ଅମଙ୍ଗ ଲୋକେ, ଚିନ୍ତାରେ CMC

author img

By

Published : Aug 17, 2022, 1:25 PM IST

Updated : Aug 17, 2022, 2:41 PM IST

କଟକ: ବନ୍ୟାପାଣି ଘେରରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବିପନ୍ନଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ଲାଗି କଟକ ମହାନଗର ନିଗମ(CMC) ଉଦ୍ୟମ ଚଳାଇଛି । ସିଏମସି ପକ୍ଷରୁ ରହଣି ପାଇଁ ଏସି ଘର ଦିଆଯାଉଛି । ହେଲେ ନିଜ ଘରୁ ମୋହ ତୁଟାଇ ପାରୁନାହାନ୍ତି ତଳିଆ ଅଞ୍ଚଳବାସୀ । ଜରିପାଲ ପକାଇ ରହିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ସେମାନେ କହୁଛନ୍ତି । ବନ୍ୟା ପ୍ରଭାବିତ ତଳିଆ ବାସିନ୍ଦାଙ୍କ ଏପରି ଆଭିମୁଖ୍ୟ ସିଏମସି ପାଇଁ କେବଳ ଦୁଃଖ ବୋଲି ମେୟର ସୁବାସ ସିଂ କହିଛନ୍ତି ।

ବସ୍ତି ଛାଡି ଏସି ଘରକୁ ଯିବାକୁ ଅମଙ୍ଗ ଲୋକେ, ଚିନ୍ତାରେ CMC

କଟକ ସହରର ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଛି । କାଠଯୋଡି ବିହାର ବସ୍ତି, ଗତିରାଉତ ପଟଣା, ବାଲିସାହି, ଭଦିମୂଳ ଇତ୍ୟାଦି ସ୍ଥାନରେ ଅନେକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି । କିନ୍ତୁ ସେଠାରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅରାଜି ହେଉଛନ୍ତି ତଳିଆ ବାସିନ୍ଦା । ସିଏମସି ଯେତେ ପ୍ରକାର ଚେଷ୍ଟା କଲେ ବି ସଫଳ ହେଉନି । ଏପରିସ୍ଥଳେ ଲୋକଙ୍କୁ ଖାଦ୍ୟ ପାନୀୟ ଯୋଗାଣ ନିୟମିତ ଢଙ୍ଗରେ ଚାଲିଛି ବୋଲି ମେୟର ସୂଚନା ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ଆସିଲେ ସମସ୍ତ ସାମଗ୍ରୀ ସଠିକ ଭାବେ ମିଳିପାରିବ । ଯଥାଶୀଘ୍ର ଆଶ୍ରୟସ୍ଥଳୀକୁ ଆସିବା ପାଇଁ ଘର ଘର ବୁଲି ସଚେତନ କରାଯାଉଛି ।''

ଇଟିଭି ଭାରତ, କଟକ

Last Updated : Aug 17, 2022, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.