କଟକ: ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟର ବେଶ ପ୍ରଂଶସା ହୋଇଛି । କାରଣ ସେମାନଙ୍କ ଯୋଗୁଁ ଏକ ବଡ଼ ଅଗ୍ନିକାଣ୍ଡ ବର୍ତ୍ତିଯାଇଛି । ତେବେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। ଡିଜି କହିଛନ୍ତି ଅଗ୍ନିଶମ କର୍ମଚାରୀଙ୍କ ଯୋଗୁଁ ହସ୍ପିଟାଲରେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।
ସୂଚନାଯୋଗ୍ୟ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୧୦୦ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଅତି ସାହସର ସହ ନିଜ ଜୀବନକୁ ବାଜିରେ ଲଗାଇ ନିଆଁକୁ ଆୟତ୍ତ କରିଥିଲେ କର୍ମଚାରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ