ETV Bharat / city

ରାଜ୍ୟରେ ଆହୁରି ମଜଭୁତ ହେଲା ଅଗ୍ନିଶମ ସେବା - ରାଜ୍ୟରେ ମଜଭୁତ ହେଲା ଅଗ୍ନିଶମ ସେବା

କଟକ ସମେତ ବ୍ରହ୍ମପୁର ଓ ସମ୍ବଲପୁରରେ ତିନୋଟି ରେଞ୍ଜ ଅଗ୍ନିଶମ କେନ୍ଦ୍ରର ନୂତନ ବିଲ୍ଡିଂ‌ର ଉଦଘାଟନ କରାଯାଇଛି। ଯେଉଁଥିରେ ରହିଛି ଅତ୍ୟାଧୁନିକ ଉପକରଣ । ଅଧିକ ପଢନ୍ତୁ

ରାଜ୍ୟରେ ମଜଭୁତ ହେଲା ଅଗ୍ନିଶମ ସେବା
ରାଜ୍ୟରେ ମଜଭୁତ ହେଲା ଅଗ୍ନିଶମ ସେବା
author img

By

Published : Jun 4, 2022, 9:55 AM IST

କଟକ: ଅଗ୍ନିକାଣ୍ଡ ହେଉ କିମ୍ବା ପ୍ରାକୃତିକ ଦୁର୍ବିପାକ । ସବୁ କ୍ଷେତ୍ରରେ ରାଜ୍ୟବାସୀ ଏବେ ପାଇବେ ଆହୁରି ଉତ୍ତମ ସେବା । ଏଥିପାଇଁ କଟକ ସମେତ ବ୍ରହ୍ମପୁର ଓ ସମ୍ବଲପୁରରେ ତିନୋଟି ରେଞ୍ଜ ଅଗ୍ନିଶମ କେନ୍ଦ୍ରର ନୂତନ ବିଲ୍ଡିଂ‌ର ଉଦଘାଟନ କରାଯାଇଛି । ଯେଉଁଥିରେ ରହିଛି ଅତ୍ୟାଧୁନିକ ଉପକରଣ । ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଙ୍କର ମିଶ୍ର, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ, କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଏହାର ଉଦଘାଟନ କରିଛନ୍ତି । କଣ୍ଟ୍ରୋଲ ରୁମ ଠାରୁ ଆରମ୍ଭ କରି ବାରାକ, ଏମଭି ସେକ୍ସନ ସହ କମ୍ପ୍ୟୁଟର ସେକ୍ସନର ବ୍ୟବସ୍ଥା ଏହି ନୂତନ କର୍ଯ୍ୟାଳୟରେ ରହିଛି।

ରାଜ୍ୟରେ ମଜଭୁତ ହେଲା ଅଗ୍ନିଶମ ସେବା

କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲା କଟକ କେନ୍ଦ୍ରାଞ୍ଚଳ ଅଗ୍ନିଶମ କେନ୍ଦ୍ର ଅଧୀନରେ ରହିଥିବା ବେଳେ ଦକ୍ଷିଣାଞ୍ଚଳ କେନ୍ଦ୍ର ଅଧୀନରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଏବଂ ମାଲକାନଗିରି ଜିଲ୍ଲା ରହିଛି । ସେହିଭଳି ଉତ୍ତରାଞ୍ଚଳ ଦମକଳ କେନ୍ଦ୍ର ଅଧୀନରେ ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ବରଗଡ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲା ରହିଛି। ତେବେ ଏହି ତିନୋଟି ଦମକଳ ରେଞ୍ଜ କେନ୍ଦ୍ର ଅଧୀନରେ ୩୪୧ ଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକାରୀ ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.