ETV Bharat / city

ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା,
ନାବାଳିକା ଝିଅକୁ ଦୁଷ୍କର୍ମ ମାମଲା,
author img

By

Published : Mar 2, 2021, 1:35 PM IST

Updated : Mar 2, 2021, 3:33 PM IST

13:30 March 02

ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

କଟକ: ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତର ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ଅଭିଯୁକ୍ତ ଜଣକ ଝିଅର ବାପା ବୋଲି ଜଣାପଡିଛି ।  ତେବେ ଏଥିସହ ଅଭିଯୁକ୍ତକୁ ୨୦ ହଜାର ଟଙ୍କାର ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ନାବାଳିକା ସହ ସମ୍ପର୍କୀୟର କୁତ୍ସିତ ସମ୍ପର୍କ ଘଟଣାର ଅଭିଯୁକ୍ତକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଲେ ପୋକ୍ସ କୋର୍ଟ। ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ । କଟକସ୍ଥିତ ପୋକ୍ସ କୋର୍ଟ ଦେଲେ ଏହି ନିର୍ଦ୍ଦେଶନାମା। କଟକ ମହିଳା ଥାନାରେ ହୋଇଥିଲା ମାମଲା। ଏଭଳି ଆସାମୀ ସମାଜରେ ରହିବା ଅନୁଚିତ ବୋଲି କୋର୍ଟ ମତ ଦେଇଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 2, 2021, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.