ETV Bharat / city

ଆରମ୍ଭ ହେଲା ଫାଷ୍ଟ ଏଡ୍ ବ୍ୟବସ୍ଥା, ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ମିଳିବ ତତକ୍ଷଣାତ୍ ଚିକିତ୍ସା - ଫାଷ୍ଟ ଏଡ ବ୍ୟବସ୍ଥା

କଟକରେ ଆରମ୍ଭ ହୋଇଯାଇଛି ଟ୍ରାଫିକ ଫାଷ୍ଟ ଏଡ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁଯାୟୀ ସହରର ବିଭିନ୍ନ ଛକରେ ଥିବା ଟ୍ରାଫିକ ପୋଷ୍ଟ ନିକଟରେ ରହିଛି ଏକ ଫାଷ୍ଟ ଏଡ ବକ୍ସ । ଅଧିକ ପଢନ୍ତୁ...

କଟକରେ ଆରମ୍ଭ ହେଲା ଫାଷ୍ଟ ଏଡ ବ୍ୟବସ୍ଥା
କଟକରେ ଆରମ୍ଭ ହେଲା ଫାଷ୍ଟ ଏଡ ବ୍ୟବସ୍ଥା
author img

By

Published : Dec 15, 2020, 5:17 PM IST

କଟକ: ଏଣିକି ଯଦି କେହି ଦୁର୍ଘଟଣାର ଶିକାର ହୁଅନ୍ତି, ଆହତ ବ୍ୟକ୍ତିଙ୍କୁ ତତକ୍ଷଣାତ୍ ମିଳିତ ଫାଷ୍ଟ ଏଡ୍ । କାରଣ କଟକରେ ଆରମ୍ଭ ହୋଇଛି ଟ୍ରାଫିକ ଫାଷ୍ଟ ଏଡ୍ ବ୍ୟବସ୍ଥା ।

ଏହି ବ୍ୟବସ୍ଥା ଅନୁଯାୟୀ ସହରର ବିଭିନ୍ନ ଛକରେ ଥିବା ଟ୍ରାଫିକ ପୋଷ୍ଟ ନିକଟରେ ରହିଛି ଏକ ଫାଷ୍ଟ ଏଡ ବକ୍ସ । ଯଦି ସହରର କୌଣସି ରାସ୍ତାରେ ଦୁର୍ଘଟଣା ଘଟେ ତାହେଲେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପହଞ୍ଚାଇବେ ଟ୍ରାଫିକ ପୋଲିସ । ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା ପୂର୍ବରୁ ସେ ଅନେକାଂଶରେ ଆଶ୍ବସ୍ତି ପାଇପାରିବ ଏବଂ ତାଙ୍କ ଜୀବନ ବଞ୍ଚାଇବା ନେଇ ଏହା ଢେର ସହାୟକ ହେବ ।

ଦୁର୍ଘଟଣାରେ ଲୋକଙ୍କୁ ମିଳିବ ତତ୍‌କ୍ଷଣାତ୍‌ ଚିକିତ୍ସା, ଆରମ୍ଭ ହେଲା ଫାଷ୍ଟ ଏଡ ବ୍ୟବସ୍ଥା

ତେବେ ଡ୍ୟୁଟିରେ ନିୟୋଜିତ ରହିଥିବା ଟ୍ରାଫିକ କର୍ମଚାରୀମାନଙ୍କୁ ଫାଷ୍ଟ ଏଡ୍ ଚିକିତ୍ସା କରିବା ପାଇଁ ପୂର୍ବରୁ ପ୍ରଶିକ୍ଷଣ ମିଳିସାରିଛି । ତେଣୁ ଏହା ନିଶ୍ଚିତରୂପେ ଦୁର୍ଘଟଣାର ଶିକାର ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ଢେର ସହାୟକ ହେବ ବୋଲି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ।

ତେବେ ସ୍ବେଚ୍ଛାସେବୀ ସଂଗଠନ ଏବଂ ଟ୍ରାଫିକ ପୋଲିସର ମିଳିତ ପ୍ରୟାସରେ କଟକ ସହରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । କଟକ ସହରର ପ୍ରାୟ ସମସ୍ତ 50 ଟ୍ରାଫିକ ଏଡ୍ ପୋଷ୍ଟରେ ଏହି ଫାଷ୍ଟ ଏଡ ବ୍ୟବସ୍ଥା ମହଜୁଦ ରହିବ । ଏହି ଫାଷ୍ଟ ଏଡ ବକ୍ସରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା ପାଇଁ ବେଟାଡିନ, ଆଣ୍ଟିସେପ୍ଟିକ ଲୋସନ, ମଲମ ଭଳି ଔଷଧଠାରୁ ଆରମ୍ଭ କରି ବ୍ୟାଣ୍ଡେଜ ଗଜ କପଡା, ଓଆରଏସ ଏବଂ ଅନ୍ୟାନ୍ୟ ଜିନିଷ ରଖାଯାଇଛି।

ଆଉ ଏହା ଢେର ଫଳପ୍ରଦ ହେବ ବୋଲି କହିଛନ୍ତି ଜୟ ଓଡିଶା ସଂଗଠନର ମୁଖ୍ୟ । ଅନ୍ୟପକ୍ଷେ ଏହି ବ୍ୟବସ୍ଥା ଲାଗୁ ହେବା ପରେ ପୂର୍ବରୁ ପ୍ରଶିକ୍ଷଣ ପାଇଥିବା ଟ୍ରାଫିକ କର୍ମଚାରୀମାନେ ନିଜ ଜ୍ଞାନକୁ ଏବେ କର୍ମ କ୍ଷେତ୍ରରେ ଲଗାଇବା ସହ ଏହି ବ୍ୟବସ୍ଥା ନିଶ୍ଚିତରୂପେ ଅନେକଙ୍କ ଜୀବନ ରକ୍ଷା ପାଇଁ ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ଟ୍ରାଫିକ କର୍ମଚାରୀ।

ପ୍ରଥମେ ଭୂବନେଶ୍ବରରେ ଏହି ଟ୍ରାଫିକ ଫାଷ୍ଟ ଏଡ ବ୍ୟବସ୍ଥାର ସୁଫଳ ମିଳିଥିବା ବେଳେ କଟକରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଏହାପରେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.