କଟକ: ଫନିର ପ୍ରଭାବରେ କଟକ ସହରରେ ଥିବା ୩୦ ଗୋଟି ପାର୍କ ଛିନ ଛତ୍ର ହୋଇଯାଇଛି । ପାର୍କରେ ଥିବା ସମସ୍ତ ଗଛ ଭାଙ୍ଗି ଯାଇଛି । ଅନେକ ପାର୍କରେ ଗଛ ଭାଙ୍ଗିବା ଫଳରେ ପାର୍କର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ଭ୍ରଷ୍ଟ ହୋଇଯାଇଛି ।
ସେହିପରି ପାର୍କରେ ଥିବା ଖେଳଣା ଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଯାଇଛି । ଏକ ମାସ ମଧ୍ୟରେ ସେ ସବୁର ମରାମତି କରାଯିବ ବୋଲି ସିଏମସି କମିଶନର କହିଛନ୍ତି । ତେବେ ବର୍ଷା ଦିନରେ ସମସ୍ତ ପାର୍କରେ ବୃକ୍ଷ ରୋପଣ କରାଯିବ ବୋଲି କହିଛନ୍ତି କମିଶନର ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ