ETV Bharat / city

ନିର୍ବାଚନବେଳେ ବେଆଇନ ମଦ ବ୍ୟବସାୟକୁ ଚେକ ଦେବକି ରାଜ୍ୟ ଅବକାରୀ ବିଭାଗ !

author img

By

Published : Jan 20, 2022, 9:08 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଲାଣି ଜୋରଦାର ପ୍ରଚାର ପ୍ରଚାର ସାଙ୍ଗକୁ ଭୋଜି ଭାତ । ଆଉ ଏହାରି ଭିତରେ ନକଲି ମଦ କାରବାରକୁ ବଢାଇବା ପାଇଁ ଅଣ୍ଟା ଭିଡିଛନ୍ତି ଅସାଧୁ ବ୍ୟବସାୟୀ । ଏକଥା ଆମେ କହୁ ନାହୁଁ ବରଂ ବିଗତ ଦିନମାନଙ୍କରେ ଏପରି ଘଟିଥିବା ନେଇ ତଥ୍ୟ ଦେଇଛନ୍ତି ଖୋଦ ଅବକାରୀ ବିଭାଗ । ଅଧିକ ପଢନ୍ତୁ

ନିର୍ବାଚନ ବେଳେ ବେଆଇନ ମଦ ବ୍ୟବସାୟ ଉପରେ ଲାଗିବ ତ ଚେକ ?

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଲାଣି ଜୋରଦାର ପ୍ରଚାର ପ୍ରଚାର ସାଙ୍ଗକୁ ଭୋଜି ଭାତ । ଆଉ ଏହାରି ଭିତରେ ନକଲି ମଦ କାରବାରକୁ ବଢାଇବା ପାଇଁ ଅଣ୍ଟା ଭିଡିଛନ୍ତି ଅସାଧୁ ବ୍ୟବସାୟୀ। ଏକଥା ଆମେ କହୁ ନାହୁଁ ବରଂ ବିଗତ ଦିନମାନଙ୍କରେ ଏପରି ଘଟିଥିବା ନେଇ ତଥ୍ୟ ଦେଇଛନ୍ତି ଖୋଦ ଅବକାରୀ ବିଭାଗ।

ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ୨୫ କୋଟି ଟଙ୍କା ଓ ୨୦୨୧ରେ ୬୦ କୋଟି ଟଙ୍କାର ନକଲି ଓ ଚୋରା ମଦ ଜବତ କରିଥିଲା ଅବକାରୀ ବିଭାଗ । ତେବେ ଏହାକୁ ଏବେ ଚେକ ଦେବା ପାଇଁ ରୋଡମ୍ୟାପ ତିଆରି କରିଛି ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ । ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ଅବକାରୀ ବିଭାଗ କରିବ ସ୍ପେଶାଲ ଡ୍ରାଇଭ । ନକଲି, ଭେଜାଲ, ଏକ୍ସପାଇରୀ ମଦ କାରବାର ସାଙ୍ଗକୁ ପେଶାଦାର ଅପରାଧିଙ୍କ ଉପରେ ରହିଛି କଡା ନଜର । ଏମାନେ ମଦ ବ୍ୟବସାୟ କିମ୍ବା ଚାଲାଣ କଲେ ତୁରନ୍ତ ଗିରଫ କରିବା ସହ କୋର୍ଟ ଚାଲାଣ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଦେଶୀ ଚୋରା ରନ୍ଧା ମଦ ବ୍ୟବସାୟ ଉପରେ ମଧ୍ୟ ରହିଛି କଡା ନଜର । ନିର୍ବାଚନ ସମୟରେ କୌଣସି ମଦ ବ୍ୟବସାୟୀ ନିୟମର ଉଲ୍ଲଙ୍ଘନ କରି କାରବାର କରିପାରିବେ ନାହିଁ । ସବୁ ଜିଲ୍ଲାରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଷ୍ଟେଟ ଫ୍ଲାଇଙ୍ଗ ଟିମ ସହ ତିନି ଜୋନାଲ ସ୍କ୍ବାର୍ଡ ସମଗ୍ର ରାଜ୍ୟରେ ଜାରି ରଖିଛନ୍ତି ସ୍ପେଶାଲ ଡ୍ରାଇଭ । ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସହଭାଗିତାରେ ଅବକାରୀ ବିଭାଗ ଏବେ ଜୋରଦାର କାର୍ଯ୍ୟ କରୁଛି ବୋଲି ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଅବକାରୀ ବିଭାଗକୁ ଖୁଲମଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବେଆଇନ ମଦ ବ୍ୟବସାୟୀ । ଏବେ ବି କଟକ ଜିଲ୍ଲା ଆଠଗଡ ବ୍ଲକକୁ ବେଆଇନ ମଦ ବ୍ୟବସାୟର ହବ ବନେଇଛନ୍ତି ଅସାଧୁ ମଦ ବ୍ୟବସାୟୀ । କିଛି ଦିନ ପୂର୍ବରୁ ତିଗିରିଆ ଭୀରୁଡା ଏବଂ ପଣସ ପାଟଣା ଅଞ୍ଚଳରେ ଅବକାରୀ ବିଭାଗର ମିଳିତ ଚଢାଉ କରିଥିଲା । ଏହି ଚଢାଉରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ, ପୋଚ ଏବଂ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଆସବପତ୍ରକୁ ଅବକାରୀ ବିଭାଗ ନଷ୍ଟ କରିଥିଲା । ଏହି ଅଞ୍ଚଳରୁ ହିଁ ଏହି ମଦ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ସମେତ ଆଖପାଖ ଜିଲ୍ଲାରେ ଚାଲାଣ ହେଉଛି । ତେବେ କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ବର୍ଷ ତମାମ ଚୋରା ଓ ନକଲି ମଦ କାରବାର ଉପରେ କଡା ନଜର ରଖିବା ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନ ବିଶାରଦ ମତ ଦେଇଥିବା ବେଳେ ମଦ ମୁକ୍ତ ସମାଜ ପାଇଁ ଆହ୍ଵାନ ଦେଇଛନ୍ତି ବୁଦ୍ଧିଜୀବୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.