ETV Bharat / city

ଚିର ନିଦ୍ରାରେ ଓଡିଆ ସାହିତ୍ୟ ଜଗତର ପାଟଦେଈ ବୀଣାପାଣି ମହାନ୍ତି - eminent odia writer passes away

ବିଶିଷ୍ଟ ସାହିତ୍ୟିିକା ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନର ସମ୍ମାନିତ ହୋଇଥିଲେ ବୀଣାପାଣି ମହାନ୍ତି । ଅଧିକ ପଢ଼ନ୍ତୁ

ବିଶିଷ୍ଠ ସାହିତ୍ୟିିକା ବୀଣାପାଣି ମହାନ୍ତିଙ୍କ ପରଲୋକ

author img

By

Published : Apr 24, 2022, 10:28 PM IST

Updated : Apr 25, 2022, 6:29 AM IST

କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି । କଟକ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଓଡିଆ ସାହିତ୍ୟ ଜଗତର ବିରାଟ ଦ୍ରୁମ ବୀଣାପାଣି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

ବିଶିଷ୍ଠ ସାହିତ୍ୟିିକା ବୀଣାପାଣି ମହାନ୍ତିଙ୍କ ପରଲୋକ

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀଣାପାଣି ମହାନ୍ତିଙ୍କୁ ଭାରତ ସରକାର ସମ୍ମାନଜନକ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ କରିଥିଲେ । ଏଥିସହିତ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅଦିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାସହିତ ଶାରଳା ସମ୍ମାନ ଓ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବିଶିଷ୍ଠ ସାହିତ୍ୟିିକା ବୀଣାପାଣି ମହାନ୍ତି ।

କସ୍ତୁରୀ ମୃଗ, ପାଟଦେଈ, ମନସ୍ବିନୀ, ସବୁଜ ଅରଣ୍ୟ ଭଳି କାଳଜୟୀ ରଚନାର ରଚୟିତା ଥିଲେ ବୀଣାପାଣି ମହାନ୍ତି । ସେ ଥିଲେ ଓଡ଼ିଆ ଶବ୍ଦକୋଷର ଭଣ୍ଡାର ଓ ଜୀବନ ଅନୁଷ୍ଠାନ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ଓଡ଼ିଆ ସାହିତ୍ୟ ଜଗତର ପାଟରାଣୀ ଭାବରେ ପରିଚିତ ଥିଲେ । ୬ ଦଶନ୍ଧୀର ଲେଖିକା ଥିଲେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ।

ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । କଟକ ବାଦମବାଡି ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ସେ କେନ୍ଦ୍ରାପଡ଼ାର ଚାନ୍ଦଳରେ ଜନ୍ମଗ୍ରହଣ କରିଥିଲେ । କଟକ ଶୈଳବାଳା କଲେଜରେ ବୀଣାପାଣି ମହାନ୍ତି ଅର୍ଥନୀତି ଅଧ୍ୟାପିକା ଭାବେ ଅବସର ନେଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 25, 2022, 6:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.