କଟକ: ବନଖଣ୍ଡ ଡାଳିଜୋଡା ରେଞ୍ଜ ଚୌଦ୍ବାର ଅଞ୍ଚଳରେ ୧୧ ହାତୀପଲଙ୍କ ଉପଦ୍ରବ ସୋମବାର ଦେଖିବାକୁ ମିଳିଥିଲା । ୧୧ ହାତୀପଲ ୫୫ ନମ୍ବର ଜାତୀୟ ରାଜପଥ କଜଳକଣାରୁ ବାଣୀପଦା ଜଙ୍ଗଲକୁ ଯାଉଥିବା ସମୟରେ ଦୁଇଟି ହାତୀ ରାସ୍ତା ସମ୍ପ୍ରସାରଣ ହେଉଥିବା ଗାତରେ ପଡି ଯିବାରୁ ହାତୀ ଆତଙ୍କ ଖେଳାଇଥିଲେ ।
ଦୀର୍ଘ ସମୟ ଧରି ରାସ୍ତା ଉପରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରେ ଚୌଦ୍ବାର ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରି ବହୁତ ସମୟ ପରେ ହାତୀ ମାନଙ୍କୁ ଘଉଡ଼ାଇଥିଲେ । ୧୧ଟି ହାତୀପଲ ମଧ୍ୟରୁ ଦୁଇଟି ହାତୀ ଅନ୍ୟତ୍ର ରହି ଯାଇଥିବାରୁ ବନବିଭାଗ ସେମାନଙ୍କୁ ଘଉଡାଇବାକୁ ନାକେଦମ ହୋଇପଡ଼ିଥିଲେ।
ବନବିଭାଗ ହାତୀ ଘଉଡାଇବା ପରେ ଗାଡି ଚଳାଚଳ ସ୍ବାଭିବିକ ହୋଇଥିଲା । ଅନ୍ୟପଟେ ହାତୀ ଉପଦ୍ରବରେ ଚୈଦ୍ବାର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନବିଭାଗ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରକାଶ କରିଥିବାବେଳେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଚାଷ ଜମି କ୍ଷତି ହୋଇଛି ବୋଲି ବନବିଭାଗ ସଫେଇ ଦେଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ